Latest Odisha News

BREAKING NEWS

ଜିୟା ଖାନଙ୍କ ଅନ୍ତିମ ସଂସ୍କାରରେ ପିନ୍ଧିଥିବା ପୋଷାକ ନିଲାମ କରି ଟ୍ରୋଲ୍‌ ହେଲେ ଦୀପିକା

ମୁମ୍ବାଇ: କିଛି ଦିନ ଭିତରେ ଦୀପିକା ପାଦୁକୋନ୍ ତାଙ୍କର ସମସ୍ତ ପୁରୁଣା ପୋଷାକକୁ ନିଲାମ କରୁଥିବା ଦେଖିବାକୁ ମିଳିଛି। ସେ ଏଥିରୁ ଉଠାଯାଇଥିବା ରାଶି ‘ଲାଇଭ୍ ଲଭ୍ ଲାଫ୍‌ ଫାଉଣ୍ଡେସନ୍’ କୁ ଦାନ କରିବେ ବୋଲି କହିଛନ୍ତି। ବର୍ତ୍ତମାନ ତାଙ୍କର କିଛି ପୋଷାକ ଟ୍ୱିଟର ବ୍ୟବହାରକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଏହାପରେ ଦୀପିକାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ କରାଯାଇଥିବା ଦେଖିବାକୁ ମିଳିଛି। ବାସ୍ତବରେ ଉପଭୋକ୍ତା ଦାବି କରିଛନ୍ତି ଯେ ଜିଆ ଖାନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ସମୟରେ ପିନ୍ଧିଥିବା ପୋଷାକକୁ ଦୀପିକା ନିଲାମ କରିଛନ୍ତି।

ଦୀପିକା ଜିଆ ଖାନ୍‌ ଏବଂ ପ୍ରିୟଙ୍କାଙ୍କ ବାପାଙ୍କ ଅନ୍ତ୍ୟୋଷ୍ଟିରେ ସମୟରେ ପିନ୍ଧିଥିବା ପୋଷାକକୁ ନିଲାମ କରୁଥିବା ଟ୍ବିଟର୍‌ରେ ଦାବି ହୋଇଛି। ଏହି ଟୁଇଟରେ ଦୀପିକାଙ୍କ ପାଇଁ ଅନେକ ଲୋକ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି।

ଉପଭୋକ୍ତା ଅନ୍ୟ ଏକ ମନ୍ତବ୍ୟରେ ଲେଖିଛନ୍ତି, ସେ ଏହା କହିଛନ୍ତି ଯେ ସେ ଦାନ ପାଇଁ ଏହା କରୁଛନ୍ତି …  କିନ୍ତୁ ୧୦ରୁ ୧୫ ବର୍ଷ ପୁରୁଣା ସାଧାରଣ ବ୍ରାଣ୍ଡର ପୋଷାକ ବିକ୍ରି କରିପାରିବେ ନାହିଁ ବୋଲି ସୋସିଆଲ ମିଡିଆରେ ଦୀପିକାଙ୍କୁ ଟ୍ରୋଲ କରାଯାଇଛି। ଏହାଫଳରେ ଦୀପିକାଙ୍କ ପ୍ରଶଂସକଙ୍କ ବେଶ୍‌ ନିରାଶ ହୋଇଥିବା ଜଣାପଡ଼ିଛି।

Comments are closed.