Latest Odisha News

BREAKING NEWS

ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଉପରେ ବର୍ଷିଲେ ଦୀପିକାଙ୍କ ଫ୍ୟାନ୍ସ, ଯଦି ଏଠି ହିରୋ ଥାନ୍ତେ…

ମୁମ୍ବାଇ: ନିକଟରେ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଅପକମିଂ ଫିଲ୍ମ ‘ସ୍ପିରିଟ୍’କୁ ନେଇ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନା ଅନୁଯାୟୀ ଦୀପିକା ଫିଲ୍ମର ସୁଟିଂ ପାଇଁ  ସେଟରେ ୮ ଘଣ୍ଟାର ସିଫ୍ଟ ଦାବି କରିଥିଲେ, ଯାହାପରେ ତାଙ୍କୁ ଅନ ପ୍ରଫେସନାଲ କହି ଫିଲ୍ମରୁ ବାହାର କରି ଦିଆ ଯାଇଥିଲା।ନିକଟରେ ଦୀପିକା ଏକ ଶିଶୁ କନ୍ୟାର ମା ବନିଛନ୍ତି ତେଣୁ ସେ ଏହିପରି ଦାବି କରିଥିବା ସୂତ୍ରରୁ ଜଣାପଡ଼ିଛି। ଏପରି ପରିସ୍ଥିତି ରେ ସମୟକୁ ନେଇ ଦାବି କରିବା କିଛି ଭୁଲ ନୁହେଁ ବୋଲି ତାଙ୍କ ପ୍ରଶଂସକ ମାନେ ମତ ଦେଇଥିଲେ।

କେବଳ ଏତିକି ନୁହେଁ ଦୀପିକା ଫିଲ୍ମ ପାଇଁ  କୁଆଡେ ୨୦ କୋଟି ଟଙ୍କାର ଫିସ୍, ଫିଲ୍ମର ଲାଭରେ ଅଂଶ ଏବଂ ତେଲୁଗୁ ଭାଷାରେ ନିଜ ସଂଳାପ ଡବିଂ ନକରିବାକୁ ମଧ୍ୟ ଦାବି କରିଥିଲେ। ତେଣୁ ଏସବୁ ଦାବିକୁ ଅନାବଶ୍ୟକ କହି ତାଙ୍କୁ ଫିଲ୍ମରୁ ବାହାର କରିଦିଆଯାଇଥିବା ଜଣାପଡ଼ିଛି।

ଏହି ଘଟଣାର କିଛି ଦିନ ମଧ୍ୟରେ ହିଁ ତୃପ୍ତି ଡିମରିଙ୍କୁ ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀ ଭାବରେ ଘୋଷଣା କରାଯିବା ସହ ଫିଲ୍ମଟି ୬ଟି ଭାଷାରେ ମୁକ୍ତିଲାଭ କରିବ ବୋଲି ମଧ୍ୟ ଯୋଜନା କରାଯାଇଛି।

ଏହାପରେ ଦୀପିକାଙ୍କ ସମର୍ଥନରେ ତାଙ୍କ ପ୍ରଶଂସକ ମାନେ ବାହାରି ଥିଲେ। ତାଙ୍କର ଜଣେ ପ୍ରଶଂସକ କହିଛନ୍ତି ଯେ ଯଦି କେହି ବଡ଼ ଷ୍ଟାର କିମ୍ବା ହିରୋ ଏହି ସମାନ ଦାବି କରିଥାନ୍ତେ, ତେବେ ଏହାକୁ ତୁରନ୍ତ ଗ୍ରହଣ କରାଯାଇଥାନ୍ତା। ପୁଣି ଆଉ ଜଣେ ୱାଙ୍ଗାଙ୍କୁ ପ୍ରଶ୍ନ କରିଛନ୍ତି ଯେ ଯଦି ସଲମାନ, ଶାହରୁଖ କିମ୍ବା ଆମିର ଏପରି ଦାବି କରିଥାନ୍ତେ ତାହେଲେ ସେମାନଙ୍କୁ ବି କଣ ଏପରି ଅନ ପ୍ରଫେସନାଲ କହିପରିଥାନ୍ତେ କି? ଆହୁରି ମଧ୍ୟ ଜଣେ କହିଛନ୍ତି ଯେ ଯଦି ଅକ୍ଷୟ ଏବଂ ଆମିରଙ୍କ ଭଳି ଷ୍ଟାର ଫିଲ୍ମର ଲାଭରେ ଅଂଶ ଦାବି କରିପାରୁଛନ୍ତି ତେବେ ଦୀପିକା କାହିଁକି ନୁହେଁ?’

 

Comments are closed.