ମୁମ୍ବାଇ: ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନକୁ ଫିଲ୍ମ ହଲରେ ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ଶାହାରୁଖ, ଜନ ଆବ୍ରାହାମ ଓ ଦୀପିକା ପାଦୁକୋନ ମୂଖ୍ୟ ଭୂମିକାରେ ରହିଛନ୍ତି । ଇତି ମଧ୍ୟରେ ସୋମବାର ମେକର୍ସଙ୍କ ପକ୍ଷରୁ ଏକ ମୋଶନ ପୋଷ୍ଟର ଜାରୀ କରାଯାଇଛି । ଏହି ପୋଷ୍ଟର ମାଧ୍ୟମରେ ଦୀପିକାଙ୍କ ଫାଷ୍ଟ ଲୁକ ମଧ୍ୟ ଜାରୀ କରାଯାଇଛି । ହାତରେ ବନ୍ଧୁକ ଧରି ଦୀପିକାଙ୍କ ଆକ୍ସନ ମୁଡକୁ ପ୍ରଶଂସକମାନେ ବେଶ ପସନ୍ଦ କରିଛନ୍ତି । ଜଣେ ୟୁଜର୍ସ ଦୀପିକାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ହାତରେ ବନ୍ଧୁକ ଧରିବା କଣ ଆବଶ୍ୟକ, ତୁମ ଆଖିରେ ସେମିତି ଲୋକେ ମରିଯିବେ । ଆସନ୍ତା ବର୍ଷ ୨୫ ଜାନୁୟାରୀରେ ଏହି ଫିଲ୍ମ ହିନ୍ଦି, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦ ଏହାର ନିର୍ଦ୍ଦେଶକ ହୋଇଥିବା ବେଳେ ଫିଲ୍ମଟି ୟଶରାଜ ବ୍ୟାନରରେ ନିର୍ମିତ ହେଉଛି । ଜୀରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି ଫିଲ୍ମ ମାଧ୍ୟମରେ ପୁନର୍ବାର ଦର୍ଶକଙ୍କ ପ୍ରିୟ ହେବା ଲକ୍ଷ୍ୟରେ ରହିଛନ୍ତି ।
BREAKING NEWS
- ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ; ଫେରିଲା ୧୧ ଏକର ଜମି
- ଗୁରୁଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ
- ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ, ୧୦ରୁ ଅଧିକ ଆହତ
- Red Corner Notice: ଋଷୀୟ ମହିଳାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍
- ଇନଷ୍ଟା ଡେବ୍ୟୁ କରିବା ମାତ୍ରେ ଭାଇରାଲ ହେଲା ସୋନିଆ ଗାନ୍ଧୀଙ୍କ ପ୍ରଥମ ରିଲ୍, ଭ୍ୟୁଜ୍ ବଢିଲେ କେତେ ରୋଜଗାର ହେବ ଜାଣନ୍ତୁ..
- Low-Pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ…୨୫ରେ ଗଭୀର ଅବପାତ, ୨୬ରେ ବାତ୍ୟା? ବିପଦରେ ୧୬ ଜିଲ୍ଲା!
- ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ ମାମଲା, ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ୱାଣ୍ଟେଡ ଘୋଷଣା
- Face-off with China: ଅରୁଣାଚଳ ସୀମାରେ ଚୀନ୍ ସହ ମୁହାଁମୁହିଁ ସ୍ଥିତି! ମଇଦାନରେ ଭାରତର ‘ଶୌର୍ଯ୍ୟ କମାଣ୍ଡୋ’…
- ECI Internal Conflict: ନିର୍ବାଚନ ଆୟୋଗରେ ବଢ଼ୁଛି ମତଭେଦ! ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଇ ନିର୍ବାଚନ ଆୟୁକ୍ତଙ୍କ ଅଭିଯୋଗ, RTIରୁ ବଡ ଖୁଲାସା…
- ସମ୍ଭାବ୍ୟ ବାତ୍ୟା ନେଇ ସରକାର ପ୍ରସ୍ତୁତ, ବିଚଳିତ ନହେବାକୁ ସରକାରଙ୍କ ଅପିଲ୍

Comments are closed.