ମୁମ୍ବଇ : ରିଲିଜ ପୂର୍ବରୁ ବିବାଦରେ ଫସିଗଲାଣି ଶାହାରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହାମଙ୍କ ଫିଲ୍ମ ‘ପଠାନ’ । ଫିଲ୍ମର ଗୀତ ବେଶର୍ମ ରଙ୍ଗ.. ରିଲିଜ ହେବା ପରେ ଏହି ବିବାଦ ଘନେଇଛି । ଗୀତରେ ବିକିନ ଲୁକକୁ ନେଇ ବେଶ ଟ୍ରୋଲ ହେଉଛନ୍ତି ଦୀପିକା । ଏପରିକି ମଧ୍ୟ ପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଯଦି ଏହି ସିନ ଏବଂ ଡ୍ରେସରେ ପରିବର୍ତ୍ତନ କରା ନଯିବ ତେବେ ମୁଭିକୁ ରାଜ୍ୟରେ ରିଲିଜ ହେବାକୁ ଦେବେନି । ସେହିପରି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ ଦୀପିକାଙ୍କ ବିକିନର ନାରଙ୍ଗୀ ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ପରେ ସୋଶିଆଲ ମିଡିଆରେ ରଙ୍ଗକୁ ନେଇ ୟୁଜର୍ସ ଢେର ପ୍ରତିକ୍ରିୟା ରଖିଛନ୍ତି ।
#Pathan फिल्म के गाने में टुकड़े-टुकड़े गैंग की समर्थक दीपिका पादुकोण की वेशभूषा बेहद आपत्तिजनक और गाना दूषित मानसिकता के साथ फिल्माया गया है।
Shahrukh ने भगवा रंग का घोर अपमान है, #हिन्दू_विरोधी खानगैंग को सबक सिखाना ही होगा 🚩🙏#BoycottPathaan #BoycottBollywood pic.twitter.com/MfLKRzmuKv
— अखण्ड भारत संकल्प (@Akhand_Bharat_S) December 15, 2022
ଅନ୍ୟପକ୍ଷେ ଶାହରୁଖ-ଦୀପିକାଙ୍କ ଫ୍ୟାନ୍ସ କହିଛନ୍ତି, ଦୀପିକା ପୂର୍ବରୁ ଏହି ରଙ୍ଗର ପୋଷାକ ପିନ୍ଧି ଆଇଟମ ଡ୍ୟାନ୍ସ କରିଛନ୍ତି । ଏମିତି ବିବାଦ ଲାଗି ରହିଥିବାବେଳେ ଦୀପିକାଙ୍କ ପୁରୁଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓ ଦୀପିକାଙ୍କ ଫିଲ୍ମ ବାଜିରାଓ ମସ୍ତାନୀର । ଏହି ଭିଡିଓଟି ରଙ୍ଗ ପ୍ରଶ୍ନର ଏକ ପ୍ରକାର ଉତ୍ତର ପରି ହୋଇଛି ।
ଏହି ପୁରୁଣା ଭିଡିଓରେ ରଙ୍ଗକୁ ଧର୍ମ ସହ ଯୋଡୁଥିବା ଲୋକଙ୍କୁ କଡା ଜବାବ ଦିଆଯାଇଛି । ଏହାରର ଗୋଟିଏ ସିନରେ ଦୀପିକା କହିଛନ୍ତି, ‘ପ୍ରତି ଧର୍ମ ଗୋଟିଏ ରଙ୍ଗକୁ ବାଛିଥାଏ । କିନ୍ତୁ ରଙ୍ଗର ତ କୌଣସି ଧର୍ମ ନାହିଁ । ଯଦି ରଙ୍ଗରେ ବି ମଣିଷ ଧର୍ମକୁ ଦେଖିବ ତେବ ମଣଷର ମନ କଳା ନିଶ୍ଚୟ ହୋଇଯିବ ।’
मुझे अक्षय कुमार और कैटरीना कैफ का ये गाना बहुत पसंद है😍❤️ #AkshayKumar pic.twitter.com/fXJ1WqwAjG
— Shikhar Negi (@ImshikharNegi) December 14, 2022
ଏହା ପରେ ଦୀପିକା କହିଛନ୍ତି, ’ଦୁର୍ଗାଙ୍କ ମୂର୍ତ୍ତିକୁ ସଜାଇବା ବେଳେ ସବୁଜ ରଙ୍ଗର ଚୁଡା, ପୋଷାକ ପିନ୍ଧାଇଥାନ୍ତି । ଦରଗାହରେ ବଡ ବଡ ପୀରଙ୍କ ମଜାର ଉପରେ ନାରଙ୍ଗୀ ରଙ୍ଗର ଚାଦର ଚଢାଇଥାନ୍ତି । ସେତେବେଳେ ତ ରଙ୍ଗ କଥା ଉଠେନି ।’
ଯାହା ବି ହେଉ, ପଠାନକୁ ନେଇ ବିବାଦ ଥମୁ ନ ଥିବାବେଳେ ଏହା ୨୦୨୩ ଜାନୁଆରୀ ୨୫ରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ତିଆରି ହୋଇଛି ।
Comments are closed.