Latest Odisha News

BREAKING NEWS

ମୁମ୍ବାଇ ବହୁତଳ ପ୍ରାସାଦରେ ଅଗ୍ନିକାଣ୍ଡ, ଜଳିଲା ୬୦ ମହଲା ବିଶିଷ୍ଟ କୋଠା

ମୁମ୍ବାଇ : ଅଭିଘନା ପାର୍କ ବିଲ୍ଡିଂରେ ଲାଗିଲା ନିଆଁ  । ହୁତୁ ହୁତୁ ହୋଇ ଜଳିଲା ବିଲ୍ଡିଂର ୩୫ ମହଲା । ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି  ।

ସୂଚନା ଅନୁଯାୟୀ, ସେଣ୍ଟ୍ରାଲ ମୁମ୍ବାଇର କରି ରୋଡ ସ୍ଥିତ ୬୦ ମହଲା ବିଶିଷ୍ଟ ବିଶାଳ ପ୍ରାସାଦରେ ନିଆଁ ଲାଗିଯାଇଥିଲା  ।  ଆଜି ଦିନ ପ୍ରାୟ ୧୦ ଟା ୪୫ ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଦମକଳବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା  । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ  ।

ତେବେ ଏହି ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିବା ପ୍ରଥମ କଥା ନୁହେଁ ଏହା ପୂର୍ବରୁ ଗତ ବର୍ଷ ମଧ୍ୟ ନିଆ ଲାଗିଯାଇଥିଲା ଜଣେ ବ୍ୟକ୍ତି ଭୟରେ ତଳକୁ ଡେଇଁପଡ଼ିଥିଲେ  । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ବିଲ୍ଡିଂର ଫାୟାର ସେଫ୍ଟି କାମ କରୁନଥିବାରୁ ଗତବର୍ଷ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି  ।

Leave A Reply

Your email address will not be published.