Latest Odisha News

BREAKING NEWS

‘ପଠାନ’ରେ ବିକିନ ରଙ୍ଗ ପ୍ରଶ୍ନର ମୁହଁତୋଡ ଜବାବ ଦେଲେ ଦୀପିକା, ଭିଡିଓ ଭାଇରାଲ

ମୁମ୍ବଇ : ରିଲିଜ ପୂର୍ବରୁ ବିବାଦରେ ଫସିଗଲାଣି ଶାହାରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ ଆବ୍ରାହାମଙ୍କ ଫିଲ୍ମ ‘ପଠାନ’  । ଫିଲ୍ମର ଗୀତ ବେଶର୍ମ ରଙ୍ଗ.. ରିଲିଜ ହେବା ପରେ ଏହି ବିବାଦ ଘନେଇଛି । ଗୀତରେ ବିକିନ ଲୁକକୁ ନେଇ ବେଶ ଟ୍ରୋଲ ହେଉଛନ୍ତି ଦୀପିକା । ଏପରିକି ମଧ୍ୟ ପ୍ରଦେଶର ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ଯଦି ଏହି ସିନ ଏବଂ ଡ୍ରେସରେ ପରିବର୍ତ୍ତନ କରା ନଯିବ ତେବେ ମୁଭିକୁ ରାଜ୍ୟରେ ରିଲିଜ ହେବାକୁ ଦେବେନି । ସେହିପରି ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ମହାରାଜ ଦୀପିକାଙ୍କ ବିକିନର ନାରଙ୍ଗୀ ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।  ଏହା ପରେ ସୋଶିଆଲ ମିଡିଆରେ ରଙ୍ଗକୁ ନେଇ  ୟୁଜର୍ସ ଢେର ପ୍ରତିକ୍ରିୟା ରଖିଛନ୍ତି ।

 

 

ଅନ୍ୟପକ୍ଷେ ଶାହରୁଖ-ଦୀପିକାଙ୍କ ଫ୍ୟାନ୍ସ କହିଛନ୍ତି, ଦୀପିକା ପୂର୍ବରୁ ଏହି ରଙ୍ଗର ପୋଷାକ ପିନ୍ଧି ଆଇଟମ ଡ୍ୟାନ୍ସ କରିଛନ୍ତି । ଏମିତି ବିବାଦ ଲାଗି ରହିଥିବାବେଳେ ଦୀପିକାଙ୍କ ପୁରୁଣା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓ ଦୀପିକାଙ୍କ ଫିଲ୍ମ ବାଜିରାଓ ମସ୍ତାନୀର । ଏହି ଭିଡିଓଟି ରଙ୍ଗ ପ୍ରଶ୍ନର ଏକ ପ୍ରକାର ଉତ୍ତର ପରି ହୋଇଛି ।

ଏହି ପୁରୁଣା ଭିଡିଓରେ  ରଙ୍ଗକୁ ଧର୍ମ ସହ ଯୋଡୁଥିବା ଲୋକଙ୍କୁ କଡା ଜବାବ ଦିଆଯାଇଛି । ଏହାରର ଗୋଟିଏ ସିନରେ ଦୀପିକା କହିଛନ୍ତି, ‘ପ୍ରତି ଧର୍ମ ଗୋଟିଏ ରଙ୍ଗକୁ ବାଛିଥାଏ । କିନ୍ତୁ ରଙ୍ଗର ତ କୌଣସି ଧର୍ମ ନାହିଁ । ଯଦି ରଙ୍ଗରେ ବି ମଣିଷ ଧର୍ମକୁ ଦେଖିବ ତେବ ମଣଷର ମନ କଳା ନିଶ୍ଚୟ ହୋଇଯିବ ।’


ଏହା ପରେ ଦୀପିକା କହିଛନ୍ତି, ’ଦୁର୍ଗାଙ୍କ ମୂର୍ତ୍ତିକୁ ସଜାଇବା ବେଳେ ସବୁଜ ରଙ୍ଗର ଚୁଡା, ପୋଷାକ ପିନ୍ଧାଇଥାନ୍ତି । ଦରଗାହରେ ବଡ ବଡ ପୀରଙ୍କ ମଜାର ଉପରେ ନାରଙ୍ଗୀ ରଙ୍ଗର ଚାଦର ଚଢାଇଥାନ୍ତି । ସେତେବେଳେ ତ ରଙ୍ଗ କଥା ଉଠେନି ।’

ଯାହା ବି ହେଉ, ପଠାନକୁ ନେଇ ବିବାଦ ଥମୁ ନ ଥିବାବେଳେ ଏହା ୨୦୨୩ ଜାନୁଆରୀ ୨୫ରେ ରିଲିଜ ହେବ । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଫିଲ୍ମଟି ତିଆରି ହୋଇଛି ।

Leave A Reply

Your email address will not be published.