Latest Odisha News

BREAKING NEWS

କ୍ୱାର୍ଟରରେ ହାରିଲେ ଦୀପିକା-ପ୍ରବୀଣ, ସାଇରାଜ-ଚିରାଗ ପରବର୍ତୀ ରାଉଣ୍ଡରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଗ୍ରୁପ ଷ୍ଟେଜରେ ବିଜୟ ହାସଲ କରିଛନ୍ତି । ସେମାନେ ବିଶ୍ୱର ୩ ନମ୍ବର ର‌୍ୟାଙ୍କ ଚାଇନିଜ ତାଇପେର ଲି ୟାଙ୍ଗ- ୱାଙ୍ଗ ଚି ଲିନଙ୍କୁ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ୨୧-୧୬, ୧୬-୨୧ ୨୭-୨୫ରେ ସେମାନେ ଏହି ବିଜୟ ହାସଲ କରିଥିଲେ ।
ତୀରନ୍ଦାଜ: ଭାରତର ତିରନ୍ଦାଜ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ମିକ୍ସଡ ଟିମ ଇଭେଂଟର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ଦକ୍ଷିଣ କୋରିଆର ଆନ ସାନ ଓ କିମ୍ ଜେ ଡିଓକେଙ୍କ ନିକଟରୁ ୨-୬ରେ ପରାଜିତ ହୋଇଥିଲେ ।ବ୍ୟାଡମିଂଟନ: ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ଭାରତର ସାଇ ପ୍ରଣୀଥ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି । ୨୦୧୯ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜପଦକ ବିଜେତା ପ୍ରଣୀଥ ଇସ୍ରାଏଲର ଅଶସିଡେଡ ମିଶା ଜିବଲେରମ୍ୟାନଙ୍କ ନିକଟରୁ ୧୭-୨୧, ୧୫-୨୧ ପଂଏଟରେ ପରାସ୍ତ ହୋଇଥିଲେ ।
ଟେବୁଲ ଟେନିସ: ଟେବୁଲ ଟେନିସ ମିକ୍ସଡ ଡବଲ୍ସରେ ଅଚନ୍ତ ଶରଥ କମଲ ଓ ମୋନିକା ବାତ୍ରା ପ୍ରି-କ୍ୱାର୍ଟରରେ ତାଇୱାନର ଲିନ ୟୁ ଜୁ ଓ ଚେଙ୍ଗ ଚିଙ୍ଗଙ୍କ ନିକଟରୁ ୦-୪ରେ ପରାଜିତ ହୋଇଛନ୍ତି । ୨୭ ମିନିଟ ମଧ୍ୟରେ ତାଇୱାନ ଯୋଡି ୧୧-୮, ୧୧-୬, ୧୧-୫ ଓ ୧୧-୪ରେ ଭାରତୀୟ ଯୋଡିଙ୍କୁ ମାତ ଦେଇଥିଲେ ।

Leave A Reply

Your email address will not be published.