ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ବ୍ୟାଡମିଂଟନ ଯୋଡି ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ପୁରୁଷ ଡବଲ୍ସ ଗ୍ରୁପ ଷ୍ଟେଜରେ ବିଜୟ ହାସଲ କରିଛନ୍ତି । ସେମାନେ ବିଶ୍ୱର ୩ ନମ୍ବର ର୍ୟାଙ୍କ ଚାଇନିଜ ତାଇପେର ଲି ୟାଙ୍ଗ- ୱାଙ୍ଗ ଚି ଲିନଙ୍କୁ ପରାସ୍ତ କରି ପରର୍ବତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ୨୧-୧୬, ୧୬-୨୧ ୨୭-୨୫ରେ ସେମାନେ ଏହି ବିଜୟ ହାସଲ କରିଥିଲେ ।
ତୀରନ୍ଦାଜ: ଭାରତର ତିରନ୍ଦାଜ ଯୋଡି ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ମିକ୍ସଡ ଟିମ ଇଭେଂଟର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇଛନ୍ତି । ସେମାନେ ଦକ୍ଷିଣ କୋରିଆର ଆନ ସାନ ଓ କିମ୍ ଜେ ଡିଓକେଙ୍କ ନିକଟରୁ ୨-୬ରେ ପରାଜିତ ହୋଇଥିଲେ ।
ବ୍ୟାଡମିଂଟନ: ବ୍ୟାଡମିଂଟନ ପୁରୁଷ ସିଙ୍ଗଲ୍ସରେ ଭାରତର ସାଇ ପ୍ରଣୀଥ ପ୍ରଥମ ରାଉଣ୍ଡରେ ପରାଜିତ ହୋଇଛନ୍ତି । ୨୦୧୯ ବିଶ୍ୱ ଚାମ୍ପିୟନଶିପ ବ୍ରୋଞ୍ଜପଦକ ବିଜେତା ପ୍ରଣୀଥ ଇସ୍ରାଏଲର ଅଶସିଡେଡ ମିଶା ଜିବଲେରମ୍ୟାନଙ୍କ ନିକଟରୁ ୧୭-୨୧, ୧୫-୨୧ ପଂଏଟରେ ପରାସ୍ତ ହୋଇଥିଲେ ।
ଟେବୁଲ ଟେନିସ: ଟେବୁଲ ଟେନିସ ମିକ୍ସଡ ଡବଲ୍ସରେ ଅଚନ୍ତ ଶରଥ କମଲ ଓ ମୋନିକା ବାତ୍ରା ପ୍ରି-କ୍ୱାର୍ଟରରେ ତାଇୱାନର ଲିନ ୟୁ ଜୁ ଓ ଚେଙ୍ଗ ଚିଙ୍ଗଙ୍କ ନିକଟରୁ ୦-୪ରେ ପରାଜିତ ହୋଇଛନ୍ତି । ୨୭ ମିନିଟ ମଧ୍ୟରେ ତାଇୱାନ ଯୋଡି ୧୧-୮, ୧୧-୬, ୧୧-୫ ଓ ୧୧-୪ରେ ଭାରତୀୟ ଯୋଡିଙ୍କୁ ମାତ ଦେଇଥିଲେ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.