Latest Odisha News

BREAKING NEWS

NCBକୁ ଦୀପିକା-ସାରା-ଶ୍ରଦ୍ଧା-ରକୁଲ କହିଲେ ଡ୍ରଗ୍ସ ଦୂରେ ଥାଉ, ସିଗାରେଟ୍ ବି ପିଉ ନାହୁଁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତକୁ ଜୋରଦାର କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ନିକଟରେ ଡ୍ରଗ୍ସ ଚାଟ୍ ନେଇ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କୁ ମାରାଥନ୍ ଜେରା କରିଥିଲା ଏନସିବି । ପଚରାଉଚରା ବେଳେ ସେମାନେ ନିଶା ଦ୍ରବ୍ୟ ସେବନକୁ ଅସ୍ୱୀକାର କରିଛନ୍ତି ।

ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜଣେ ଅଧିକାରୀ କହିଛନ୍ତି ପଚରାଉଚରା ବେଳେ ଚାରି ଅଭିନେତ୍ରୀ କହିଥିଲେ, ସେମାନେ ସିଗାରେଟ୍ ବି ପିଅନ୍ତି ନାହିଁ । ହ୍ୱାଟସ ଆପ୍ ଚାଟିଂ ବେଳେ ହାତ ତିଆରି ସିଗାରେଟ୍ କଥା କହିଥିଲେ । ସେତେବେଳେ ଡୋବ୍ ଶବ୍ଦର ବ୍ୟବହାର କରିଥିବା କହିଛନ୍ତି ଦୀପିକା, ସାରା, ଶ୍ରଦ୍ଧା ଓ ରକୁଲ ।

ସେହିପରି ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ନେଉଥିଲେ କି ନାହିଁ ସେସମ୍ପର୍କରେ ସେମାନେ ଜାଣି ନଥିବା ଏନସିବି ଅଧିକାରୀଙ୍କୁ ଜଣାଇଛନ୍ତି । ଏନସିବି ଦୀପିକା, ସାରା, ଶ୍ରଦ୍ଧା, ରକୁଲ ସମେତ ୬ ଜଣଙ୍କର ମୋବାଇଲ୍ ଫୋନ୍ ଜବତ କରିଥିଲା । ବିଶେଷଜ୍ଞ ଟିମ୍ ସେସବୁର ଅନୁଧ୍ୟାନ କରିବ ପରେ ତଥ୍ୟ ସାମନାକୁ ଆସିବ । ସନ୍ଦେହ ହେଲେ ପୁଣି ଥରେ ସେମାନଙ୍କୁ ଡାକିପାରେ ଏନସିବି ।

ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୨୦ ଜଣଙ୍କୁ ବାନ୍ଧିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ୟ୍ୟନିର୍ବାହୀ ପ୍ରଯୋଜକ ତଥା କରନ ଜୋହରଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା କ୍ଷୀତିଜ ପ୍ରସାଦ ରବିକୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି ଏନସିବି ।

Leave A Reply

Your email address will not be published.