Latest Odisha News

BREAKING NEWS

ସିଂଘମ ଏଗେନରେ ଦୀପିକା ହେବେ ପୋଲିସ ଅଫିସର

ମୁମ୍ବାଇ: ରୋହିତ ଶେଟ୍ଟୀ ତାଙ୍କର ଆଗାମୀ ଫିଲ୍ମ ସିଂଘମ ଏଗେନର କାର୍ଯ୍ୟ ଆରମ୍ଭ କରିଛି । ଗୁରୁବାର ସେ ଏହି ଫିଲ୍ମ ନେଇ ଏକ ବଡ ଖୁଲାସା କରିଛନ୍ତି । ଦୀପିକା ପାଦୁକୋନ ଏଥିରେ ଏକ ଲେଡୀ ପୋଲିସ ଅଫିସର ଭୂମିକା କରିବେ । ସର୍କସର ପ୍ରଚାର ବେଳେ ସେ ଏହା କହିଛନ୍ତି । ୨୦୨୩ରେ ଫିଲ୍ମର ଶୁଟିଂ ଆରମ୍ଭ ହେବ । ସର୍କସ ହୀରୋ ରଣବୀର ମଧ୍ୟ ତାଙ୍କ ପତ୍ନୀଙ୍କ ଏହି ଭୂମିକା ନେଇ ବେଶ ଉତ୍ସାହିତ ହୋଇ ପଡିଛନ୍ତି । ସେ କହିଛନ୍ତି ମୁଁ ତାଙ୍କୁ ରୋହିତଙ୍କ ଫିଲ୍ମରେ ଦେଖିବାକୁ ଚାହେଁ । ଏବେ ବି ଚେନ୍ନାଇ ଏକ୍ସପ୍ରେସର ମୀନମ୍ମା ରୋଲ ମୋତେ ପ୍ରଭାବିତ କରେ ।

ରୋହିତ ଏହା ପୂର୍ବରୁ ସିଂଘମ, ସିଂଘମ ରିଟର୍ଣ୍ଣସ, ସିମ୍ବା ଓ ସୂର୍ଯ୍ୟବଂଶୀ ପରି ପୋଲିସ ଡ୍ରାମା କରି ଆସିଛନ୍ତି । ଯାହା କି ବେଶ ସଫଳ ହୋଇଛି । ସିଂଘମ ଏଗେନ ଆସନ୍ତା ବର୍ଷ ଶେଷ ଭାଗରେ ରିଲିଜ ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି ।

Leave A Reply

Your email address will not be published.