ମୁମ୍ବାଇ: ଦୀପିକା ପାଦୁକୋନ ତାଙ୍କର ଆଗାମୀ ଫିଲ୍ମରେ ଦ୍ରୌପଦୀଙ୍କ ଦମଦାର ଭୂମିକା ନେଇ ବେଶ୍ ଆଶାୟୀ ଅଛନ୍ତି । ତେବେ ପ୍ରଶଂସକମାନଙ୍କ ନିରାଶର ଖବର ଏହି କି ଯେ, ଏହି ଫିଲ୍ମ ଶୁଟିଂରେ ପୁନର୍ବାର ବିଳମ୍ବ ଦେଖାଦେଇଛି । ବଲିଉଡ ହଙ୍ଗାମା ଖବର ଅନୁସାରେ ଫିଲ୍ମମେକର ମଧୁ ମଟେଂନା ଓ ଦୀପିକା ଏହାକୁ ମିଳିତ ଭାବେ ପ୍ରଡ୍ୟୁସ କରୁଥିଲେ । ଫିଲ୍ମ ଘୋଷଣା ହେବାର ୨ ବର୍ଷ ବିତି ଯାଇଥିଲେ ମଧ୍ୟ ଜଣେ ଭଲ ନିର୍ଦ୍ଦେଶକ ସେମାନଙ୍କୁ ମିଳୁ ନାହାନ୍ତି ।
ମହାଭାରତର ମହାକାବ୍ୟ ଏବଂ ଦ୍ରୌପଦୀଙ୍କ ଦୃଷ୍ଟି କୋଣକୁ ଆଖି ଆଗରେ ରଖି ଫିଲ୍ମ ନିର୍ଦ୍ଦେଶନା ଦେବା ଏତେ ସହଜ ନ ଥିବାରୁ ନିର୍ଦ୍ଦେଶକମାନେ ସାହାସ କରୁ ନାହାନ୍ତି । ଶେଷରେ ଏହି ଫିଲ୍ମକୁ ସେମାନେ କିଛି ଦିନ ପାଇଁ ବନ୍ଦ ରଖିବା ଲାଗି ନିଷ୍ପତି ନେଇଛନ୍ତି । ଫଳରେ ଦୀପିକା ଏଥିରୁ ଧ୍ୟାନ ହଟାଇ ଶାହରୁଖ ଖାଁଙ୍କ ପଠାନ, ଶୁକନ ବାତ୍ରାଙ୍କ ଦି ଇଂଟର୍ଣ୍ଣ, ହ୍ରିତିକ ରୋଶନଙ୍କ ଫାଇଟର ଓ ପ୍ରଭାସଙ୍କ ଏକ ଫିଲ୍ମରେ ବ୍ୟସ୍ତ ରହିବା ପାଇଁ ନିଷ୍ପତି ନେଇଛନ୍ତି ।
Comments are closed.