Latest Odisha News

BREAKING NEWS

[ଭିଡିଓ] ଚିକିତ୍ସା ପୂର୍ବରୁ ଆଖି ବୁଜିଲା ହରିଣ !

ସୋନପୁର: ଅକାରଣରେ ଚାଲିଗଲା ହରିଣର ଜୀବନ । ବନ ବିଭାଗର ଚେଷ୍ଟା ବି ବଂଚିପାରିନଥିଲା ଜୀବନ । ସୋନପୁର କେଲଗାଁ ନଦୀ କୂଳ ନିକଟରେ ପଡିଥିବା ହରିଣକୁ ଦେଖି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଉଥିବାବେଳେ ରାସ୍ତାରେ ହିଁ ହରିଣଟିର ମୃତ୍ୟୁ ହୋଇଥିଲା । ହରିଣଟିକୁ ଶିକାର କରିବା ଉଦ୍ଦେଶ୍ୟରେ କେହି ଆହତ କରିଥିବା ଅନୁମାନ କରାଯାଉଛି । ବୀରମହାରାଜପୁର ରେଜଂର ଅବିନାଶ ବରିହା ଓ ଫରେଷ୍ଟର୍ ବବିତା ପାତ୍ରଙ୍କ ଉପସ୍ଥିତିରେ ହରିଣଟିର ଶବ ବ୍ୟବଛେଦ କରାଯାଇଥିଲା । ପରେ ହରିଣର ମୃତଦେହକୁ ପୋତି ଦିଆଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.