Latest Odisha News

ଏସଟିଏଫ୍ ପଞ୍ଝାରେ ଦୁଇ ବେପାରୀ, ୫ ହରିଣ ଛାଲ ଜବତ

ଭୁବନେଶ୍ୱର: ଏସିଟିଏଫ୍ ହାତରେ ଧରାପଡ଼ିଲେ ହରିଣ ଛାଲ ବେପାରୀ । ବାଲିପାଟଣା ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ ସହାୟତାରେ ପିପିଲି ଫ୍ଲାଏ ଓଭର ନିକଟରେ ଡ଼ିଲ ଚାଲିଥିବାବେଳେ ଧରାପଡ଼ିଥିଲେ । ଘଟଣାରେ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ସେମାନଙ୍କ ନିକଟରୁ ୫ଟି ହରିଣ ଛାଲ ଜବତ କରାଯାଇଛି । ଏହାସହ ଗୋଟିଏ ମୋଟର ସାଇକେଲ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଦୁଇଜଣ ହେଲେ ପୁରୀ ବଳଙ୍ଗା ଅଞ୍ଚଳର କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ପୁରୀ ଗୋପ ଅଞ୍ଚଳର ସୁନୀଲ କୁମାର ପଲେଇ । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ, ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୭ଟି ହରିଣ ଛାଲ ଜବତ କରିଛି ଏସଟିଏଫ୍ । ଏହାସହ ୨୧ଟି ବାଘ ଛାଲ, ୧୨ଟି ହାତୀ ଦାନ୍ତ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫କେଜି ବଜ୍ରକାପ୍ତା କାତି ଜବତ କରିବା ସହ ପାଖାପାଖି ୫୦ଜଣଙ୍କୁ ଏସଟିଏଫ୍ ଗିରଫ କରିଛି ।

Comments are closed.