Latest Odisha News

ନୌସେନାରେ ସାମିଲ ହେଲା ଆଇଏନଏସ ସନ୍ଧାୟକ

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା INS- ସନ୍ଧାୟକ । ଆଜି ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର ଯୋଗ ଦେଇଥିଲେ ।

ସୁରକ୍ଷିତ ସାମୁଦ୍ରିକ ନାଭିଗେସନ୍ ଏହି ଜାହାଜର ପ୍ରାଥମିକ ଭୂମିକା ହେବ । ଏହା ବନ୍ଦର, ନାଭିଗେସନ୍ ଚ୍ୟାନେଲ, ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଗଭୀର ସମୁଦ୍ରର ହାଇଡ୍ରୋଗ୍ରାଫିକ୍ ସର୍ବେକ୍ଷଣ କରିବ । ସନ୍ଧାୟକରେ ଅତ୍ୟାଧୁନିକ ହାଇଡ୍ରୋଗ୍ରାଫିକ୍ ଯନ୍ତ୍ର ରହିଛି । ଯେଉଁଥିରେ ଗଭୀର ଜଳ ମଲ୍ଟିବିମ ଇକୋ-ସାଉଣ୍ଡର୍, ଅଣ୍ଡର ୱାଟର ଯାନ, ଦୂରରୁ ସଞ୍ଚାଳିତ ହୋଇପାରୁଥିବା ଯାନ, ପୋଜିସନିଂ ପ୍ରଣାଳୀ ରହିଛି ।
ଏହି ଅବସରରେ ଆଡମିରଲ ହରି କୁମାର କହିଛନ୍ତି,”ନୌସେନାରେ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ପ୍ଲାଟଫର୍ମକୁ ଲଞ୍ଚ କରାଯାଇଛି । ଭାରତୀୟ ନୌସେନାର ସ୍ବଦେଶୀ ବିମାନବାହକ ଜାହାଜ ଆଇଏନଏସ ବିକ୍ରାନ୍ତ, ଫ୍ରିଗେଟ, INS ଇମ୍ଫାଲକୁ ନୌସେନାରେ ସାମିଲ କରା ଯାଇଛି । ଗତ ୧୦ବର୍ଷ ମଧ୍ୟରେ ନୌସେନାରେ ୩ଟି ସମ୍ପୂର୍ଣ୍ଣ ସ୍ବଦେଶୀ ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜକୁ ନିୟୋଜିତ କରାଯାଇଥିଲା।”
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, “ଭାରତୀୟ ନୌସେନା ଖୁବ୍ ଶକ୍ତିଶାଳୀ ହୋଇଛି । ଭାରତ ମହାସାଗର ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ସୁରକ୍ଷା ଦୃଷ୍ଟିରୁ ଭାରତ ଆଗରେ ରହିଛି ।ଗଲ୍ଫ ଅଫ୍ ଆଡେନ, ଗଲ୍ଫ ଅଫ୍ ଗୁଇନିଆ ଭଳି ଭାରତ ମହାସାଗରରେ ଅନେକ ଚେକ୍ ପଏଣ୍ଟ ଅଛି ଯାହା ମାଧ୍ୟମରେ ବହୁ ପରିମାଣର ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ହୁଏ । ”

 

Comments are closed.