Latest Odisha News

BREAKING NEWS

୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠ ମୁକ୍ତ ରାଜ୍ୟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୦୨୭ ସୁଦ୍ଧା ଓଡ଼ିଶା ହେବ କୁଷ୍ଠରୋଗ ମୁକ୍ତ। ଯାହା SDG ୨୦୩୦ ପାଇବାରେ ସହାୟକ ହେବ। NLEP ସମୀକ୍ଷାରେ ଏହି ରୋଡ଼ମ୍ୟାପ ସ୍ଥିର କରିଛି ସ୍ୱାସ୍ଥ୍ୟ ବିଭାଗ। ଏହି କ୍ରମରେ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

୨୦୧୮-୧୯ରେ ୧୦୭୮୬, ୨୦୧୯-୨୦ରେ ୧୦୦୭୭, ୨୦୨୦-୨୧ରେ ୬୧୪, ୨୦୨୧-୨୨ରେ ୫୭୨୯, ୨୦୨୨-୨୩ରେ ୭୧୯୭ ଓ ୨୦୨୩ ଡିସେମ୍ବର ସୁଦ୍ଧା ୭୦୩୪ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ୨୦୦୦ମସିହାଠାରୁ ଆଜି ଯାଏ ଅହେତୁକ ଭାବେ ୯୦% କୁଷ୍ଠ ରୋଗ ହ୍ରାସ କରାଯାଇଛି। ଗ୍ରେଡ଼ ୨ ଡିଫରମେଟିଭ ମାମଲା ବି କମିଛି। ଗତବର୍ଷ ମାତ୍ର ୧୨୦ ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ୨% ତଳକୁ ଖସିଛ।

ଗ୍ରେଡ଼ ୨ ଡିଫରମେଟିଭ ଯୋଗୁଁ ସ୍ନାୟୁ ନଷ୍ଟ ହୋଇ ହାତ ଗୋଡ଼ ବଙ୍କା ହୋଇ କାମ କରେନି। କୁଷ୍ଠ ଏକ ପ୍ୟାଚ କମିବାରୁ ଆରମ୍ଭ ହୋଇଥାଏ। ପ୍ରାରମ୍ଭିକ ସ୍ଥିତିରୁ MDT ଖାଇଲେ, ଏହା ସମ୍ପୂର୍ଣ୍ଣ ଠିକ ହୋଇଯାଏ। ଗୋଟେ ଡୋଜ ଖାଇଲେ ବି ଘର ଲୋକଙ୍କୁ ସେ ସଂକ୍ରମଣ କରେ ନାହିଁ। ବର୍ତ୍ତମାନ ଘରେ ଘରେ ଆଶା ବେସଡ ସର୍ଭିଲାନ୍ସ ଚାଲିଛି।

ଆଶାକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ଦେହରେ ଏହି ପ୍ୟାଚ ଦେଖି ହସ୍ପିଟାଲ ଆଣିବାକୁ ଟ୍ରେନିଂ ଦିଆଯାଉଛି। ସେମାନେ ହିଁ ପ୍ରଥମ ଡୋଜ ଖୁଆଇବେ। ପୁରୁଣା କେଶ ସବୁ ପ୍ଲାଷ୍ଟିକ ସର୍ଜରୀ ହୋଇଯାଇଛି। ସର୍ଜରୀ ହେଲେ ରୋଗୀଙ୍କୁ ୧୫ ହଜାର ଟଙ୍କା ଦିଆଯାଉଛି। ଯଦି କେହି କୁଷ୍ଠ ରୋଗୀ ଅଛନ୍ତି, ତାଙ୍କ ପରିବାରର ୨୦ ଜଣଙ୍କୁ ଗୋଟେ ଡୋଜ ଦିଆଯାଉଛି।

Leave A Reply

Your email address will not be published.