ଇଟାନଗର: ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଶସ୍ତ୍ର ପୂଜା କରିବା ସହ ବିଜୟାଦଶମୀ ପାଳନ କରିଛନ୍ତି। ଏହାସହ ତାୱାଙ୍ଗର ଚୀନ୍ ସୀମାରେ ଥିବା ଯୁଦ୍ଧ ସ୍ମାରକୀରେ ସହିଦ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଯବାନଙ୍କ ସହ ମଧ୍ୟ ବିଜୟାଦଶମୀ ପାଳିଛନ୍ତି।
ଏହି ଉପଲକ୍ଷେ ମନ୍ତ୍ରୀ କହିଛନ୍ତି, ‘ମୁଁ ୪ ବର୍ଷ ପୂର୍ବେ ଆଜି ଏଠାକୁ ଆସିଥିଲି, ମୁଁ ଭାବିଲି ବିଜୟାଦଶମୀଙ୍କୁ ଆପଣଙ୍କ ସହ ପାଳନ କରିବି। ଯେଉଁ କଠିନ ପରିସ୍ଥିତିରେ ଆପଣମାନେ ଦେଶର ସୁରକ୍ଷା ପାଇଁ ଦାୟିତ୍ୱ ନେଇଛନ୍ତି, ଏଥିପାଇଁ ଆପଣଙ୍କ ପାଇଁ ମୁଁ ଗର୍ବିତ।’
ଅନ୍ତର୍ଜାତୀୟ ସ୍ତରରେ ଭାରତର ସ୍ଥିତି ବୃଦ୍ଧି ପାଇଛି। ଯଦି ଆପଣ ଦେଶର ସୀମାକୁ ସୁରକ୍ଷିତ ରଖିନଥାନ୍ତେ, ତେବେ ଭାରତ ଆଜି ବିଶ୍ୱରେ ସ୍ଥିତି ପାଇନଥାନ୍ତା ବୋଲି କହିଛନ୍ତି ମନ୍ତ୍ରୀ। ଏହାପୂର୍ବରୁ ଭାରତ ଅନେକ ଦେଶରୁ ଅସ୍ତ୍ରଶସ୍ତ୍ର କିଣୁଥିଲା। ଆଜି ଆମେ ୨୦ ହଜାର କୋଟିରୁ ଅଧିକ ମୂଲ୍ୟର ଅସ୍ତ୍ରଶସ୍ତ୍ର ରପ୍ତାନି କରୁଛୁ। ଆମେ ମଧ୍ୟ ଭାରତକୁ ବିଦେଶୀ ଟେକ୍ନୋଲୋଜି ଆଣିବାକୁ ଚେଷ୍ଟା କରୁଛୁ ଏବଂ ଏଥିରେ ଭାରତର ଲୋକଙ୍କର ମଧ୍ୟ ହାତ ରହିବା ଉଚିତ୍ ବୋଲି କହିଛନ୍ତି ରାଜନାଥ ସିଂ।
Comments are closed.