ଲଦାଖ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇ ଲେହରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଷ୍ଟାକନାରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ସେଠାରେ ସେନା ଅଧିକାରୀଙ୍କ ସହ ମିଶି ହାତରେ ଏକ ରାଇଫଲ ଉଠାଇଥିଲେ ରାଜନାଥ । ପିକା ମେସିନ ଗନ୍ ଜରିଆରେ କୌଣସି ଗୋଟିଏ ସ୍ଥାନରୁ ଟାର୍ଗେଟ କରୁଥିବା ଭିଡିଓ ଓ ଫଟୋ ସାମନାକୁ ଆସିଛି ।
ଆକାଶରୁ ପାରା ଡ୍ରପିଂର ଅଦ୍ଭୁଦପୂର୍ବ ପ୍ରଦର୍ଶନ ଦେଖନ୍ତୁ
#WATCH Ladakh: Troops of Indian Armed Forces carry out para dropping exercise at Stakna, Leh in presence of Defence Minister Rajnath Singh, Chief of Defence Staff General Bipin Rawat and Army Chief General MM Naravane. pic.twitter.com/TX4eVOkeT0
— ANI (@ANI) July 17, 2020
ଷ୍ଟାକନାରେ ଭାରତୀୟ ସେନାର ଯବାନମାନେ ପାରା ଡ୍ରପିଂ ଓ ଅନ୍ୟାନ୍ୟ କୌଶଳ ପ୍ରଦର୍ଶନ କରିଥିଲେ । ପରେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ । ଏହାସହ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମରେ ସାମିଲ ଯବାନଙ୍କ ସହ ବି କଥା ହୋଇଥିଲେ ରାଜନାଥ । ଏହି ସମୟରେ ପିକା ମେସିନ୍ ଗନ୍ ଉଠାଇବା ସହ ତାସମ୍ପର୍କରେ ସେନା ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ।
ପିକା ମେସିନ୍ ଗନ୍ ଦେଖୁଛନ୍ତି ରାଜନାଥ ସିଂହ, ଦେଖନ୍ତୁ ଭିଡିଓ
#WATCH Ladakh: Defence Minister Rajnath Singh inspects a Pika machine gun at Stakna, Leh. pic.twitter.com/MvndyQcN82
— ANI (@ANI) July 17, 2020
ଲେହର ଦୁର୍ଗମ ଅଞ୍ଚଳ ଗସ୍ତରେ ଯାଇଛନ୍ତି ରାଜନାଥ ସିଂହ । ଏତିକିବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଗରେ ଯବାନମାନେ ୧୧ ହଜାର ଫୁଟ ଉପରେ ନିଜ ଶକ୍ତି ଓ ସାମର୍ଥ୍ୟର ଅଦ୍ଭୁଦପୂର୍ବ ପ୍ରଦର୍ଶନ ଦେଖାଇଥିଲେ ।
Comments are closed.