Latest Odisha News

BREAKING NEWS

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ହେବା ପରେ ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନା ପଜିଟିଭ୍ ହୋଇଛନ୍ତି। ଗୁରୁବାର ତାଙ୍କ ସାମ୍ପଲ ଟେଷ୍ଟର ପଜିଟିଭ୍ ଆସିବା ପରେ ବର୍ତ୍ତମାନ ସେ କ୍ୱାରେଣ୍ଟିନ୍‌ରେ ରହିଥିବା ସୂଚନା ମିଳିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ସୂଚନା ଦେଇ କହିଛି “ ତାଙ୍କର ଦିଲ୍ଲୀରେ ଗୁରୁବାର ଆୟୋଜିତ ବାୟୁସେନା କମାଣ୍ଡର ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଭାଇରସ ପଜିଟିଭ୍ ଚିହ୍ନଟ ହେବା ପରେ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି।”

ରାଜନାଥ ବର୍ତ୍ତମାନ କ୍ୱାରେଣ୍ଟିନ୍‌ରେ ରହିଥିବା ବେଳେ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଛି। ଏକ ଡାକ୍ତରୀ ଟିମ୍‌ ତାଙ୍କର ଚିକିତ୍ସାରେ ଲାଗିଛନ୍ତି ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ହୋଇଥିଲେ। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଥିଲେ। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହି ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ ସିନ୍ଧିଆ।

Comments are closed.