Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍: ଟ୍ୱିଟ୍ କରି ସମସ୍ତଙ୍କୁ ସତର୍କ କରାଇଲେ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହିବା ସହ ନିକଟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ତୁରନ୍ତ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ସେ ଟ୍ୱିଟ୍ କରି ଲେଖିଛନ୍ତି “ ଡାକ୍ତରଙ୍କ ପରାମର୍ଶ କ୍ରମେ ଯାଞ୍ଚ କରିବା ପରେ ମୋ ରିପୋର୍ଟର ପଜିଟିଭ୍ ଆସିଛି। ଆପଣ ସମସ୍ତଙ୍କୁ ମୋର ଅନୁରୋଧ ଯେ ଗତ କିଛିଦିନରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ ସତର୍କତାମୁଳକ ଭାବେ ନିକଟତମ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ନିଜର ପରୀକ୍ଷା କରାଇ ନିଅନ୍ତୁ।

ଏହା ପୂର୍ବରୁ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ମନ୍ତ୍ରୀ। ୨୦୨୨ ନଭେମ୍ବର ୮ ତାରିଖରେ ସେ କୋଭିଡ୍ ପଜିଟିଭ୍ ହୋଇଥିବା ସୂଚନା ଦେଇଥିଲେ।

Leave A Reply

Your email address will not be published.