Latest Odisha News

BREAKING NEWS

ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଏନଏସ ଖଣ୍ଡେରି’

ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ‘ନିର୍ମିତ ଆଇଏନଏସ ଖଣ୍ଡେରି’ ଶନିବାର ଦିନ ସାମିଲ ହେବ ଭାରତୀୟ ନୌସେନାରେ । କଲଭେରୀ ଶ୍ରେଣୀର ଏହା ଦ୍ବିତୀୟ ବୁଡ଼ାଜାହାଜ। ଯାହାକି ବିଶ୍ବସ୍ତରର ଅତ୍ୟାଧୁନିକ ବୁଡ଼ା ଜାହାଜର ସମକକ୍ଷ ବୋଲି କାହାଯାଉଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଶନିବାର ଏହାକୁ ନୌସେନେରେ ସାମିଲ କରିବେ।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଷ୍ଟ୍ରାୟତ୍ତ କମ୍ପାନି ମଡଗାଓଁ ଡକ୍‌ ଲିମିଟେଡ ଏହାକୁ ନିର୍ମାଣ କରିଛନ୍ତି । ଏହା ପରେ ଏହାକୁ ଅଢ଼େଇ ବର୍ଷ କାଳ ସମୁଦ୍ରରେ ପରୀକ୍ଷାମୂଳକ ଭାବେ ଚଳାଚଳ କରାଯିବା ସହ ନୌସେନାର ଆବଶ୍ୟକତା ଅନୁସାରେ ଏହାର ଉନ୍ନତି ମଧ୍ୟ କରାଯାଇଛି।

‘ଆଇଏନଏସ ଖଣ୍ଡେରି’ ବିଶ୍ବସ୍ତରୀୟ ଟେକ୍ନୋଲୋଜୀରେ ନିର୍ମିତ। ଏହା ବିଦ୍ୟୁତ ଏବଂ ଡିଜେଲ ଉଭୟ ଫୁଏଲରେ ପରିଚାଳିତ ହେବାସହ ଏହା ସର୍ବାଧିକ ୨୦ ନଟିକାଲ ମାଇଲରେ ବେଗରେ ଯାତ୍ରା କରିପାରିବ।

ସାଧାରଣ ବୁଡ଼ା ଜାହାଜରେ ୬୦ ଜଣ କ୍ରିୟୁ ମେମ୍ବର ରହୁଥିବା ବେଳେ ଏଥିରେ ୩୬ ଜଣ ରହିବେ, ମାନେ ଅଧିକ ଅମ୍ଲଜାନର ଆବଶ୍ୟକ ପଡ଼ିବନି। ‘ଆଇଏନଏସ ଖଣ୍ଡେରି’ ସମୁଦ୍ରରେ ଯିବା ସମୟରେ ଅଧିକ ଶବ୍ଦ କରୁନଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.