Latest Odisha News

BREAKING NEWS

ଦୀପାବଳି ପରେ ବିପଦ ସଙ୍କେତ ଟପିଛି ରାଜଧାନୀର ପ୍ରଦୂଷଣ ସ୍ତର

ନୂଆଦିଲ୍ଲୀ: ଦୀପାବଳି ପରେ ଆହୁରି ବଗିଡିଯାଇଛି ରାଜଧାନୀ ଦିଲ୍ଲୀର ଜଳବାୟୁ। ଦିୱାଲୀ ପରେ ରାଜଧାନୀ‌ର ପ୍ରଦୂଷଣ ସ୍ତର ଅତ୍ୟନ୍ତ ଖରାପ ହୋଇଛି।

ନେହେରୁ ଷ୍ଟାଡିୟମ୍ (୧୧୦୩), ଓଖଲା (୧୧୦୦) ଏବଂ ଆଇଟିଓ (୯୪୮) PM2.5 ସ୍ତରର ରେକର୍ଡ ସହିତ ପ୍ରଦୂଷଣ ସ୍ତର ସମଗ୍ର ସହରରେ ବିପଦ ସଙ୍କେତରୁ ଉପରକୁ ରହିଥିବା ଜଣାପଡ଼ିଛି।

ସହରରେ ଗତ ସନ୍ଧ୍ୟାରେ ପ୍ରଦୂଷଣ ସ୍ତରର କ୍ରମାଗତ ବୃଦ୍ଧି ଘଟିଥିବାର ଦେଖାଯାଇଛି। କିନ୍ତୁ ରାତି ୧ ଟା ପରେ ପ୍ରଦୂଷଣ ସ୍ତର ଧୀରେ ଧୀରେ ହ୍ରାସ ପାଇଥିଲା ବୋଲି ଜଣାପଡ଼ିଛି।

ପ୍ରଦୂଷିତ ବାୟୁ ଯୋଗୁ ସହରର ବିଭିନ୍ନ ସ୍ଥାନ ତଥା ଏହାର ଉପାନ୍ତ ଅଞ୍ଚଳର ଲୋକମାନେ ଗଳା ସମସ୍ୟା ଏବଂ ଆଖି ଜଳାପୋଡା ଭଳି ସମସ୍ୟାର ସମ୍ମୁଖୀନ ହୋଇଥିବା ଅଭିଯୋଗ କରିଥିଲେ।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଜାତୀୟ ରାଜଧାନୀର ୨୪ ଘଣ୍ଟା ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଶୁକ୍ରବାର ସକାଳ ୬ ଟାରେ ୬୬୧ ରେ ପହଞ୍ଚିଛି, ଯାହା ଗୁରୁବାର ଦିନ ୩୮୨ ରୁ ବୃଦ୍ଧି ପାଇଥିଲା। ବୁଧବାର ଦିନ ଏହା ୩୧୪, ମଙ୍ଗଳବାର ୩୦୩ ଏବଂ ସୋମବାର ୨୮୧ ଥିଲା।

Leave A Reply

Your email address will not be published.