Latest Odisha News

BREAKING NEWS

୭୦ଟି ଆସନରୁ ଆପ୍ ୫୩, ବିଜେପି ୧୬, କଂଗ୍ରେସ ୧ଟି ସିଟରେ ଆଗୁଆ

ନୂଆଦିଲ୍ଲୀ: ଫେବୃଆରୀ ୮ରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୭୦ଟି ବିଧାନସଭା ଆସନ ଲାଗି ମଙ୍ଗଳବାର ସକାଳୁ ଚାଲିଛି ଭୋଟ ଗଣନା । ଏପର୍ଯ୍ୟନ୍ତ ଚାଲିଥିବା ଭୋଟ ଗଣନାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆପ ଦଳ ଅଗ୍ରଣୀ ଲାଭ କରି ଚାଲିଛି ।

ସକାଳ ୮ଟା ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ୯ଟା ସୁଦ୍ଧା ଗଣତିରେ ଆମ୍ ଆଦମୀ ପାର୍ଟି ଆଗୁଆ ରହିଛି ।

ଭୋଟ ଗଣନା:

ଆପ୍ : ୫୩
ବିଜେପି : ୧୬
କଂଗ୍ରେସ : ୦୧

ଅରବିନ୍ଦ କେଜ୍ରିୱାଲ୍ ପୁନର୍ବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି, କାରଣ ଏପର୍ଯ୍ୟନ୍ତ ତାଙ୍କ ଦଳ ଆମ୍ ଆଦମୀ ପାର୍ଟି ଭାରତୀୟ ଜନତା ପାର୍ଟିଠାରୁ ଭୋଟ ଗଣନାରେ ବହୁତ ଆଗରେ ରହିଛି ।

Leave A Reply

Your email address will not be published.