Latest Odisha News

ବାଣ ଫୁଟାଇ ବିଜୟୋଲ୍ଲାସ କରିବାକୁ ବାରଣ କଲେ କେଜ୍ରିୱାଲ୍ !

ନୂଆଦିଲ୍ଲୀ: ଆଜି ଭୋଟ୍ ଗଣନା ଜାରି ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ପୁନର୍ବାର କ୍ଷମତାକୁ ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ଆପ୍ ୭୦ଟି ସିଟ୍ ମଧ୍ୟରୁ ୫୩ଟି ଆସନରେ ଅଗ୍ରଣୀ ହାସଲ କରିଥିବା ବେଳେ ବିଜେପି ୧୭ଟି ସିଟରେ ଆଗୁଆ ରହିଛି । ମାତ୍ର କଂଗ୍ରେସ ଦଳ କୌଣସି ଗୋଟିଏ ବି ସିଟରେ ଅଗ୍ରଣୀ ହାସଲ କରିପାରିନାହିଁ ।

ମଙ୍ଗଳବାର ଦିନ ଭୋଟ ଗଣନା ପୂର୍ବରୁ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ନିଜର ସମର୍ଥକ ମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି । ଦିଲ୍ଲୀର ପ୍ରଦୂଷଣକୁ ଦୃଷ୍ଟିରେ ରଖି ସେ ସମର୍ଥକ ମାନଙ୍କୁ କହିଛନ୍ତି ଯେ, ଏହି ନିର୍ବାଚନରେ ଆପ ଜିତିବା ସମ୍ଭାବନା ଅଧିକ କାରଣ ଏକଜିଟ୍ ପୋଲ ଫଳାଫଳ ଆପ୍ ସପକ୍ଷରେ ରହିଛି ।

ବିଜୟ ଉତ୍ସବ ପାଳନ ସମୟରେ ବାଣ ବା ଆତସବାଜୀ ଫୁଟାଇବାକୁ ସମ୍ପୂର୍ଣ୍ଣ ବାରଣ କରିଛନ୍ତି କେଜ୍ରିୱାଲ ।

Leave A Reply

Your email address will not be published.