Latest Odisha News

BREAKING NEWS

ମୁଁ ଆତଙ୍କବାଦୀ କି ଦିଲ୍ଲୀର ପୁଅ ଭୋଟର୍ ନିଷ୍ପତ୍ତି ନେବେ; କେଜ୍ରିୱାଲ୍‌

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଏବେ ଜୋରସାର୍ ନିର୍ବାଚନ ପ୍ରଚାରରେ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆପ ପକ୍ଷରୁ ଜୋରଦାର୍ ନିର୍ବାଚନ ପ୍ରଚାର ଚଳାଇଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଆକର୍ଷଣ ସାଜିଛନ୍ତି । ଏବେ ବିଜେପି ଓ ଆପ୍ ଦଳ ମଧ୍ୟରେ ନିର୍ବାଚନ ଭାଷଣବାଜୀ ଚରମସୀମାରେ ପହଞ୍ଚିଛି ।

ଆଜି ଏକ ନିର୍ବାଚନୀ ସଭାରେ ଆପ ନେତା କେଜ୍ରିୱାଲ୍ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଚାହିଁଲେ ୨ ମିନିଟରେ ସାହିନବାଗ ରାସ୍ତା ଖୋଲା କରିଦେଇପାରିବେ । ଏହି ରାସ୍ତାକୁ ଖାଲି କରାଯିବା ଉଚିତ । ଏହା କେନ୍ଦ୍ର ସରକାରଙ୍କ ପ୍ରସଙ୍ଗ । ମୁଁ ଜାଣିପାରୁନାହିଁ ଏହି ରାସ୍ତା କାହିଁକି ଖୋଲାଯାଉନାହିଁ ।

ଆଜି ଏକ ନିର୍ବାଚନୀ ସଭାରେ କେଜ୍ରିୱାଲ୍ ହନୁମାନ ଚାଳିଶା ପାଠ କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଜ୍ରିୱାଲଙ୍କୁ ସମାଲୋଚନା କରି କହିଥିଲେ ଯେ, ସାହିନବାଗ ବିକ୍ଷୋଭକାରୀଙ୍କୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଖାଇବାକୁ କେଜ୍ରିୱାଲ୍ ବିରିୟାନୀ ଯୋଗାଇଦେଇଥିଲେ ।

ବିଜେପି ମୋତେ ଆତଙ୍କବାଦୀ ବୋଲି ଅଭିହିତ କରିଛି, ମୁଁ ଆତଙ୍କବାଦୀ କି ଦିଲ୍ଲୀର ପୁଅ ତାହା ଭୋଟରେ ଭୋଟରମାନେ ସ୍ଥିତ କରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ନିର୍ବାଚନୀ ସଭାରେ କହିଛନ୍ତି ।

Leave A Reply

Your email address will not be published.