Latest Odisha News

BREAKING NEWS

କେରଳରେ ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ ଚିହ୍ନଟ

ଥିରୁବନନ୍ତପୁରମ : ଡରାଉଛି କରୋନା । କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଂଚିଲା । ଭାରତର ତୃତୀୟ କରୋନା ଭାଇରସ ଆକ୍ରାନ୍ତ ରୋଗୀ କେରଳର କସରଗୋଡରେ ଚିହ୍ନଟ ହୋଇଛି । କେରଳର ଦୁଇ ଜଣ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୂନା ପଜିଟିଭ ଆସିବା ପରେ ଆଉ ଜଣେ ରୋଗୀଙ୍କୁ କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ କରାଯାଇଛି । କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଜା ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବାନୁସାରେ, କସରଗୋଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରୋଗୀର ଚିକିତ୍ସା ଚାଲିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ଚୀନରୁ ଫେରିବା ପରେ ରୋଗୀ ଠାରେ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା ।

ତେବେ ଏପର୍ଯ୍ୟନ୍ତ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୩୬୧ରେ ପହଂଚିଛି ଓ ୧୭,୦୦୦ରୁ ଅଧିକ ଏଥିରେ ସଂକ୍ରମିତ ହୋଇଥିବା କୁହାଯାଉଛି ।

Leave A Reply

Your email address will not be published.