Latest Odisha News

BREAKING NEWS

ପାକିସ୍ତାନ ମନ୍ତ୍ରୀଙ୍କୁ କେଜରିୱାଲଙ୍କ ଉତ୍ତର; ମୋଦୀ ମୋର ମଧ୍ୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ପାକିସ୍ତାନ ମନ୍ତ୍ରୀଙ୍କ ଟ୍ୱିଟ ର କଡା ଜବାବ ଦେଇଛନ୍ତି ଅରବିନ୍ଦ କେଜରିୱାଲ ।

ପ୍ରାପ୍ତ ସୂଚନା ଅନୁଯାୟୀ, ପାକିସ୍ତାନ ମନ୍ତ୍ରୀ ଚୌଧୁରୀ ଫବାଦ ହ୍ୟୁସେନ ଟ୍ୱିଟ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉପେକ୍ଷା କରି ଲେଖିଥିଲେଯେ, “ଆଉ ଏକ ନିର୍ବାଚନ ହରିବାକୁ ଯାଉଥିବା ମୋଦୀଙ୍କ ମାନସିକ ସନ୍ତୁଳନ ଠିକ ନାହିଁ” ।

ଯାହାର କଡା ଜବାବ ଅରବିନ୍ଦ କେଜରିୱାଲ ଟ୍ୱିଟ ଯୋଗେ ଦେଇଥିଲେ । ପାକିସ୍ତାନ ମନ୍ତ୍ରୀଙ୍କୁ ରିଟ୍ୱିଟ କରି କେଜରିୱାଲ ଲେଖିଛନ୍ତି ଯେ,”ନରେନ୍ଦ୍ର ମୋଦୀ ମୋର ଭାରତର ପ୍ରଧାନମନ୍ତ୍ରୀ। ସେ ମୋର ବି ପ୍ରଧାନମନ୍ତ୍ରୀ। ଦିଲ୍ଲୀର ନିର୍ବାଚନ ଆମ ଦେଶର ଆଭ୍ୟନ୍ତରୀଣ ମାମଲା । ଏଥିରେ କୌଣସି ଆତଙ୍କବାଦ ସୃଷ୍ଟି କରୁଥିବା ଦେଶର ହସ୍ତକ୍ଷେପ ଆମେ ବରଦାସ୍ତ କରିବୁ ନାହିଁ । ପାକିସ୍ତାନ ଯେତେ ଚେଷ୍ଟା କଲେ ମଧ୍ୟ ଭାରତର ଏକତାକୁ କ୍ଷୁର୍ଣ୍ଣ କରି ପାରିବ ନାହିଁ” ।

Leave A Reply

Your email address will not be published.