Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର; ସରଗରମ ରାଜନୀତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି ।

ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ । ଯାହାକୁ ନଜରରେ ଆମ୍ ଆଦମୀ ପାର୍ଟି (ଆପ୍‌), କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି (ବିଜେପି) ଭଳି ୩ ପ୍ରମୁଖ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରାଣପଣେ ପୟାସ ଜାରି ରଖିଛନ୍ତି ।

ସୂଚନଯୋଗ୍ୟ, ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ଆୟୋଗ ଆଚାର ସଂହିତା ଲାଗି କରିଥାନ୍ତି । ଯାହାଫଳରେ ଆଜି ସନ୍ଧ୍ୟା ସୁଦ୍ଧା ସବୁ ଦଳ ନିଜ ନିଜର ନିର୍ବାଚନ ପ୍ରଚାର ବନ୍ଦ କରିବାକୁ ଥିବାବେଳେ ସବୁ ରାଜନୈତିକ ଦଳ ଜୋରଦାର୍ ପ୍ରଚାର ଜାରି ରଖିଛନ୍ତି ।

କିଛି ଦଳ ନିକଟ ଅତୀତରେ ନିର୍ବାଚନ ଲାଗି କିଛି ରାଜନୈତିକ ଦଳ ନିର୍ବାଚନ ପ୍ରଚାର ଲାଗି ହେଭିୱେଟ୍ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଥିଲେ ।

Leave A Reply

Your email address will not be published.