Latest Odisha News

BREAKING NEWS

କିଶୋର ଦା’ଙ୍କ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଲା

ମୁମ୍ବାଇ: ୧୯୫୭ରେ ନ୍ୟାଶନାଲ ଫିଲ୍ମ ଏକାଡେମୀ ଦ୍ୱାରା ପ୍ରସ୍ତୁତ କିଶୋର କୁମାର ବହୁ ଚର୍ଚ୍ଚିତ ବିବାଦୀୟ ଫିଲ୍ମ ବେଗୁନାହର ପ୍ରିଂଟ ମିଳିଛି । ୬୦ ବର୍ଷ ତଳେ ମୁମ୍ବାଇ ହାଇକୋର୍ଟ ଏହି ଫିଲ୍ମର ସମସ୍ତ ପ୍ରିଂଟ ନଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା ।

ମିଳିଥିବା ପ୍ରିଂଟରେ ଜୟକିଶନ (ଶଙ୍କର-ଜୟକିଶନ) ପିଆନୋ ବଜାଉଥିବା ବଳେ ଶକିଲା ଡ୍ୟାନ୍ସ କରୁଛନ୍ତି । ରିଲିଜ ପରେ ପରେ ବେଗୁନାହ ଫିଲ୍ମ ଭଲ ବ୍ୟବସାୟ ଜାରି ରଖିଥିବା ବେଳେ ଆମେରିକା କମ୍ପାନୀ ପାରାମାଂଉଟ ପିକ୍ସର୍ଚ କପିରାଇଟ ନେଇ ଫିଲ୍ମ ଉପରେ କେସ୍ କରିଥିଲା ।

କମ୍ପାନୀ ବିଜୟ ହାସଲ କରିବାରୁ ପ୍ରିଂଟ ନଷ୍ଟ କରିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା ।

Leave A Reply

Your email address will not be published.