Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ: ଆଜି କେଜ୍ରିୱାଲ-ମୋଦୀଙ୍କ ମୁହାଁମୁହିଁ ପ୍ରଚାର

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଦିଲ୍ଲୀରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍‌) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ କଡ୍ଡା ଟକ୍କର୍ ହେଉଥିବା ବେଳେ ଏବେ ଆରମ୍ଭ ହୋଇଛି ଜୋରସୋର୍ ପ୍ରଚାର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ମୋଦୀ ବିଜେପି ପକ୍ଷରୁ ଏକାଧିକ ନିର୍ବାଚନ ର‌୍ୟାଲିରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆପ୍ ପ୍ରତିଷ୍ଠାତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଚାରରେ ଯୋଗ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଏହି ନିର୍ବାଚନରେ ରୋଡ଼ ଶୋ’କୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଶାଳ ର‌୍ୟାଲିରେ ଯୋଗ ଦେଉଛନ୍ତି ।

ସେହିପରି ଭାବେ ବହୁଜନ ସମାଜ ପାର୍ଟି (ବିଏସପି) ନେତ୍ରୀ ମାୟାବତୀ ଆଜି ମଧ୍ୟ ଦିଲ୍ଲୀର ତଲକୋଟରା ଷ୍ଟାଡ଼ିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରୁଛନ୍ତି । ମାୟାବତୀ ଏହି ନିର୍ବାଚନରେ ଉଭୟ ବିଜେପି ଓ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରୁଥିବା ବେଳେ ଏଥର ଦିଲ୍ଲୀ ବିଧାନସଭାରେ ଅଧିକ ଆସନ ହାତେଇବା ଲକ୍ଷ୍ୟରେ ରହିଛନ୍ତି । ଅବଶ୍ୟ ମାୟାବତୀ ଏଥର କୌଣସି ନିର୍ବାଚନୀ ମେଣ୍ଟ ଗଠନ କରିନାହାନ୍ତି ।

ଗତ ୨୦୧୫ ବିଧାନସଭା ନିର୍ବାଚନରେ ବିଏସପି ଏକାକୀ ୭୦ଟି ଆସନରେ ନିର୍ବାଚନ ଲଢି ଗୋଟିଏ ବି ସିଟ୍ ଅକ୍ତିଆର କରିପାରିନଥିଲା । ସେହି ନିର୍ବାଚନରେ ମାୟାବତୀଙ୍କ ବିଏସପି ୧.୩୦ ପ୍ରତିଶତ ଭୋଟ ହାସଲ କରିପାରିଥିଲା ।

ଆସନ୍ତା ଫେବୃଆରୀ ୧୧ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି ହେବା ସହିତ ନିର୍ବାଚନ ଫଳାଫଳ ଘୋଷିତ ହେବ ।

Leave A Reply

Your email address will not be published.