Latest Odisha News

ଟାଇମ ପତ୍ରିକାର ୨୦୨୦ ସର୍ବଶ୍ରେଷ୍ଠ ଆବିଷ୍କାର ତାଲିକାରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ

ନୂଆଦିଲ୍ଲୀ: ଟାଇମ ପତ୍ରିକା ୨୦୨୦ର ଶ୍ରେଷ୍ଠ ଆବିଷ୍କାରର ସୂଚୀ ଜାରି କରିଛି । ଏଥିରେ ଭାରତର ଅର୍ଣ୍ଣବ କାପୁରଙ୍କ ଡିଭାଇସ ସ୍ଥାନ ପାଇଛି । ଏମଆଇଟିର ଛାତ୍ର ଅର୍ଣ୍ଣବ ଓ ତାଙ୍କ ଭାଇ ଶ୍ରେୟାସ ଏ ଭଳି ଏକ ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା କି ମସ୍ତିଷ୍କର କଣ ଚିନ୍ତା କରାଯାଉଛି ସେ ନେଇ ସୂଚନା ଦେବ । ଏହା ବିଶେଷ ଭାବେ ପକ୍ଷପାତ ରୋଗୀ ଓ ମସ୍ତିଷ୍କ ରୋଗୀଙ୍କ ପାଇଁ ସହାୟକ ହେବ । ସେମାନଙ୍କ ମସ୍ତିଷ୍କରେ କଣ ବିଚାର ଆସୁଛି ବା ସେ କଣ କହିବାକୁ ଚାହୁଁଛନ୍ତି ତାହା କମ୍ପ୍ୟୁଟର ମାଧ୍ୟମରେ ଜଣାପଡିବ ।

ହେଡଫୋନ ଶୈଳୀରେ ଏହାକୁ ପିନ୍ଧିଲେ ହାଡର କମ୍ପନ ଏବଂ ଅନ୍ୟ ମାଧ୍ୟମରେ ରୋଗୀର ଚିନ୍ତାଧାରା ବ୍ୟକ୍ତ କରାଯାଇ ପାରିବ । ପ୍ରାରମ୍ଭିକ ଗବେଷଣାରେ ଏହା ୯୨ ପ୍ରତିଶତ ଠିକ୍ ପରିଣାମ ଦେଉଛି । ଜଣେ ରୋଗୀ ଚାହିଁଲେ ଏହା ମାଧ୍ୟମରେ ଇଂଟରନେଟ ବ୍ୟବହାର ଓ ଚେସ୍ ମଧ୍ୟ ଖେଳିପାରିବ ।

Leave A Reply

Your email address will not be published.