Latest Odisha News

BREAKING NEWS

[ଭିଡିଓ] ବିଗ୍‌ବସ୍ ଦେଖାଇ ରୋଗୀର ବ୍ରେନ୍ ସର୍ଜରୀ କଲେ ଡାକ୍ତର

ଗୁଣ୍ଟୁର: ସାଧାରଣତଃ ବ୍ରେନ୍ ସର୍ଜରୀ ସମୟରେ ରୋଗୀକୁ ଶୋଇବାକୁ କିମ୍ବା ଅଚେତ୍ ହେବାକୁ ଦିଆଯାଇନଥାଏ । ଏଥିପାଇଁ ଡାକ୍ତରୀ ଦଳ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ତେବେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଅଂଚଳରେ ଏକ ବ୍ରେନ ସର୍ଜରୀ କରିବାକୁ ଯାଇ ଡାକ୍ତରୀ ଦଳର ଅଭିନବ ଉପାୟ ଚର୍ଚ୍ଚାକୁ ଆସିଛି । ସର୍ଜରୀ ସମୟରେ ରୋଗୀ ଯେପରି ଅଚେତ ନ ହୁଏ, ସେଥିପାଇଁ ତାଙ୍କୁ ରିୟଲିଟି ସୋ’ ବିଗ୍‌ବସ୍ ଦେଖିବାକୁ କୁହାଯାଇଥିଲା ।

ସୋସିଆଲ୍ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହୋଇଛି । ଯେଉଁଥିରେ ଜଣେ ୩୩ ବର୍ଷୀୟ ବ୍ୟକ୍ତିଙ୍କୁ ତେଲୁଗୁ ବିଗବସ୍ ଭଳି ରିୟାଲିଟି ସୋ’ ଓ ହଲିଉଡ ଫିଲ୍ମ ଅବତାର ଦେଖାଇ ବ୍ରେନ୍ ସର୍ଜରୀ କରାଯାଇଥିଲା । ବ୍ରିନ୍ଦା ନ୍ୟୁରୋ ନାମକ ଏକ ପ୍ରାଇଭେଟ୍ ହସ୍ପିଟାଲରେ ହୋଇଥିବା ଏହି ସର୍ଜରୀକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି ।

ସର୍ଜରୀ ସମୟରେ ରୋଗୀ ବର ପ୍ରସାଦ ବିଗ୍‌ବସ୍ ଓ ଅବତାର ଫିଲ୍ମ ଦେଖିଥିଲେ । ଅନ୍ୟପଟେ ଡାକ୍ତର ତାଙ୍କ ମସ୍ତିଷ୍କରୁ ଟ୍ୟୁମର୍ ବାହାର କରିବାରେ ସଫଳ ହୋଇଥିଲେ । ପୂର୍ବରୁ ୨୦୧୬ରେ ବର ପ୍ରସାଦ ସର୍ଜରୀ କରାଇଥିଲେ ବି ତାହା ସଫଳ ହୋଇନଥିଲା । ହେଲେ ଡାକ୍ତର ଶ୍ରୀନିବାସ ରେଡ୍ଡୀ, ଡାକ୍ତର ସେଶାଦ୍ରୀ ଶେଖର ଓ ଡାକ୍ତର ତ୍ରିନାଧ ଏହି ସର୍ଜରୀକୁ ସଫଳତାର ସହ ସମାପନ କରିଥିଲେ । ଗତକାଲି ସର୍ଜରୀ କରାଇଥିବା ବର ପ୍ରସାଦଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା ।

Leave A Reply

Your email address will not be published.