ଆଗ୍ରା: ‘ଆମ ପୋଷା କୁକୁର ହଜିଯାଇଛି । ଯିଏ ବି ତାକୁ ଖୋଜି ଆଣିବ ଆମେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାରରେ ଦେବୁ’ ଏମିତି କିଛି ଘୋଷଣା କରି ତାଙ୍କ ପୋଷା କୁକୁରକୁ ଖୋଜିଦେବା ପାଇଁ ସାହାର୍ଯ୍ୟ ମାଗିଛନ୍ତି ଦିଲ୍ଲୀର ଦମ୍ପତି । ଯିଏବି ସହୃଦୟ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ଖୋଜିଦେବ ସେ ତାଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ये दंपत्ति गुरुग्राम से आगरा ताज का दीदार करने पहुँचा था. यह लोग अपने डॉगी के साथ ताज व्यू होटल में ठहरे हुए थे. होटल ने इन लोगों से डॉगी (कुत्ता) रखने के लिए दो हजार रुपये हर 3 घंटे का चार्ज किया. बावजूद इसके इनका कुत्ता होटल से कही लापता हो गया. अब कुत्ता लापता होने के बाद होटल… pic.twitter.com/jiaUZ0pmoS
— Priya singh (@priyarajputlive) November 5, 2024
ତେବେ ଦିଲ୍ଲୀ ନିବାସୀ ଦମ୍ପତି ଦୀପାୟନ ଘୋଷ ଏବଂ କସ୍ତୁରୀ ପାତ୍ରା ତାଙ୍କର ଦୁଇ ପୋଷା କୁକୁର ସହିତ ଗତ ୧ ତାରିଖରେ ଛୁଟି ମନାଇବାକୁ ଆଗ୍ରା ଯାଇଥିଲେ । ସେଠି ସେମାନେ ତାଜ୍ ହୋଟେଲରେ ରହଣି କରିଥିଲେ । ଯେଯେତୁ ତାଜ୍ ହୋଟେଲ୍ ଏକ ପେଟ୍ ଫ୍ରେଣ୍ଡଲି ହୋଟେଲ ଥିଲା ଏବଂ ସେମାନେ କୁକୁରଙ୍କ ରକ୍ଷଣାବେକ୍ଷଣା କଥା ବି ବୁଝୁଥିଲେ । ଏଥିପାଇଁ ହୋଟେଲ ପ୍ରତି ୩ ଘଣ୍ଟାକୁ ୨୦୦୦ ଟଙ୍କା ଚାର୍ଜ କରୁଥିଲେ । ତେଣୁ ଦମ୍ପତି ତାଙ୍କର ଦୁଇଟି କୁକୁର ଦାୟିତ୍ବ ହୋଟେଲକୁ ଦେଇ କିଛି ସମୟ ପାଇଁ ବାହାରକୁ ଯାଇଥିଲେ ।
ହେଲେ ହଠାତ୍ ସେମାନଙ୍କୁ ହୋଟେଲରୁ କଲ୍ ଗଲା ଯେ, ତାଙ୍କର ଗୋଟିଏ କୁକୁର କେଉଁଆଡେ ଚାଲିଯାଇଛି । ଯାହାକୁ ସିସିଟିଭିରେ ଶେଷ ଥର ପାଇଁ ତାଜ୍ ମହଲ ମେଟ୍ରୋ ଷ୍ଟେସନ ପାଖରେ ଦେଖିବାକୁ ମିଳିଥିଲା । ହେଲେ ଏବେ ତାହାର ପତ୍ତା ମଳୁନାହିଁ । ଯାହାକୁ ଖୋଜି ଦେବା ପାଇଁ ପ୍ରଥମେ ଦମ୍ପତି ଭିଡିଓ କରି ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ହେଲେ ପରେ ଯେତେବେଳେ ୨ରୁ ୩ ଦିନ ପରେ କୁକୁରର କୌଣସି ଖୋଜ୍ ଖବର ମିଳିଲା ନାହିଁ ଏବେ ସେମାନେ ଏହି ରାଶିକୁ ବଢାଇ ୫୦ ହଜାର ଟଙ୍କା କରିଦେଇଛନ୍ତି । ଏଥିସହିତ ହୋଟେଲ ପରିସରର ୩୦ କିମି ଭିତରେ ଥିବା ସିସିଟିଭିକୁ ଯାଞ୍ଚ କରିବା ପାଇଁ କପିଲ୍ ୩୦ରୁ ଅଧିକ ଲୋକଙ୍କୁ କାମରେ ଲଗେଇଛନ୍ତି ।
ଏହି ପୂରା ମାମଲାକୁ ନେଇ ତାଜ୍ ସୁରକ୍ଷାର ସହାୟକ ପୋଲିସ୍ କହିଛନ୍ତି, ସ୍ମାର୍ଟ ସିଟି କ୍ୟାମେରାରୁ ଯାହା ଜଣାପଡିଛି, କୁକୁରଟି ଶାହଜାହାନ୍ ଗାର୍ଡେନ୍ ଆଡକୁ ଯାଇଛି । ହେଲା ତାହାର ପତ୍ତା ମିଳିନାହିଁ । ଏହାକୁ ନେଇ ଯାଞ୍ଚ ଚାଲିଛି ।
ଅନ୍ୟପକ୍ଷରେ ଦମ୍ପତି କୁକୁର ହଜିବା ପାଇଁ ତାଜ୍ ହୋଟେଲକୁ ଦାୟୀ କରି ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି । ହୋଟେଲ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ ତାଙ୍କ କୁକୁର ନିଖୋଜ ଥିବା ସେମାନେ ଦର୍ଶାଇଛନ୍ତି ।
Comments are closed.