Latest Odisha News

BREAKING NEWS

ମନୋଜ ହଟିଲେ, ଆଦେଶ ଗୁପ୍ତା ଦିଲ୍ଲୀ ବିଜେପି ଅଧ୍ୟକ୍ଷ ନିଯୁକ୍ତ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିଲ୍ଲୀ, ଛତିଶଗଡ ଓ ମଣିପୁର ପ୍ରଦେଶ ଅଧ୍ୟକ୍ଷ ବଦଳାଇଛି । ମନୋଜ ତିୱାରୀଙ୍କ ସ୍ଥାନରେ ଦିଲ୍ଲୀ ଅଧ୍ୟକ୍ଷ ଦାୟିତ୍ୱ ଆଦେଶ କୁମାର ଗୁପ୍ତାଙ୍କୁ ଦେଇଛି । ସେହିପରି ଛତିଶଗଡରେ ବିଷ୍ଣୁଦେବ ସାଇ, ମଣିପୁରରେ ଟିକେନ୍ଦ୍ର ସିଂଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।

ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ଏହି ୩ଟି ପ୍ରଦେଶର ନୂତନ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଥିଲା । ବିଧାନସଭା ନିର୍ବାଚନରେ ଦିଲ୍ଲୀ ଓ ଛତିଶଗଡରେ ବିଜେପିକୁ ପରାଜୟର ସାମ୍ନା କରିବା ପଡିଥିଲା । ଫଳରେ ଏହି ୨ ରାଜ୍ୟର ଅଧ୍ୟକ୍ଷ ବଦଳିବା ଏକପ୍ରକାର ନିଶ୍ଚିତ ହୋଇ ଯାଇଥିଲା । କରୋନା ମହାମାରୀ ଲଊକଡାଉନ ସମୟରେ ମନୋଜ ତିୱାରୀ କ୍ରିକେଟ ଖେଳି ସମାଲୋଚିତ ହୋଇଥିଲେ ।

Leave A Reply

Your email address will not be published.