Latest Odisha News

BREAKING NEWS

ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସି ଭୋଟର ପକ୍ଷରୁ ‘ଷ୍ଟେଟ୍ ଅଫ୍ ଦି ନେସନ ୨୦୨୦ ମେ’ ସର୍ଭେ ପରେ ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି । ସର୍ଭେରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ୮୩ ଦଶମିକ ୯୬ ମତ ମିଳିଛି ।

ଲୋକପ୍ରିୟତା କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ । ତାଙ୍କୁ ମିଳିଛି ୮୧ ଦଶମିକ ୦୬ ପ୍ରତିଶତ ମତ । ତୃତୀୟ ସ୍ଥାନରେ କେରଳର ପିନାରାୟ ବିଜୟନ, ଚତୁର୍ଥ ସ୍ଥାନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ. ଏସ୍‌. ଜଗନ ମୋହନ ରେଡ୍ଡି, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଷଷ୍ଠ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରହିଛନ୍ତି ।

ସେହିପରି ସପ୍ତମ ସ୍ଥାନରେ ଅଛନ୍ତି ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଅଷ୍ଟମ ସ୍ଥାନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦୁରପ୍ପା ରହିଛନ୍ତି ।

Leave A Reply

Your email address will not be published.