Latest Odisha News

BREAKING NEWS

ନିଟ୍ ପରୀକ୍ଷା କେନ୍ଦ୍ରରେ ରହିବ ଆଇସୋଲେସନ୍ ରୁମ୍

ଭୁବନେଶ୍ୱର: ଜେଇଇ ମେନ୍ ଭଳି ନିଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ନିଟ୍ ସେଣ୍ଟରରେ ରହିବ ଆଇସୋଲେସନ୍ ରୁମ୍ । ଅଧିକ ତାପମାତ୍ରା ବା ଅସୁସ୍ଥ ପରୀକ୍ଷାର୍ଥୀ ସେଠାରେ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ଦୁଇ ଜଣ ପରୀକ୍ଷା ନିୟନ୍ତ୍ରକ ପିପିଇ କିଟ୍ ପିନ୍ଧି ପରୀକ୍ଷା ପରିଚାଳନା କରିବେ ।

ଶାରୀରିକ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଗୃହର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ କିଭଳି ସୁରକ୍ଷିତ ରହିବ ସେଦିଗକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସମସ୍ତେ ପିନ୍ଧିବେ ମାସ୍କ । ନିଟ୍ ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର ୧୩ରେ NEET । ଚଳିତବର୍ଷ ରାଜ୍ୟର ୭ଟି ସହରରେ ମୋଟ ୮୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ପରୀକ୍ଷା ଦେବେ ୩୬ ହଜାର ୪୫୯ ଛାତ୍ରଛାତ୍ରୀ । ଭୁବନେଶରରେ ୩୧ଟି ସେଣ୍ଟର କରାଯାଇଛି । ସକାଳ ୧୧ଟାରୁ ସାଢ଼େ ଗୋଟାଏ ଯାଏଁ ସେଣ୍ଟର ଭିତରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । ଦିନ ୨ଟାରୁ ୪ଟା ଯାଏଁ ଚାଲିବ ନିଟ୍ ।

Leave A Reply

Your email address will not be published.