Latest Odisha News

BREAKING NEWS

ମାଡ଼ି ଆସୁଛି ଜାଡ, ଶୀତରେ ଥରିବ ରାଜଧାନୀ

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀର ସ୍ଥିତି ଆଶାତୀତ ଭାବେ ଭଲ ରହିଛି। ଧିରେ ଧିରେ ପ୍ରଦୂଷଣର ମାତ୍ର କମିଥିବା ବେଳେ ଏବେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ତାପମାତ୍ରା ପାରଦ ୩ ରୁ ୪ ଡିଗ୍ରୀକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେବ।

ଆସନ୍ତା ୧୦ ତାରିଖରୁ ପାରଦ ସିଧା ୩ ଡିଗ୍ରୀରେ ପହଞ୍ଚିବା ବେଳେ ରାଜଧାନୀ ଦିଲ୍ଲୀରେ ପ୍ରବଳ ଥଣ୍ଡା ଅନୁଭବ ହେବ। କେବଳ ଦିଲ୍ଲୀ ନୁହେଁ, ଡିସେମ୍ବର ୧୪ ଯାଏ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟ ଅସହ୍ୟ ଜାଡ଼ ଅନୁଭୂତ ହେବାର ସମ୍ଭାବନା ରହିଛି।

ତେବେ ବର୍ତ୍ତମାନ୍ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଛି। ହେଲେ ଆଗକୁ ଥଣ୍ଡା ଆହୁରି ବଢ଼ିବ। ନର୍ଦ୍ଦନ ହିଲ୍ସରେ ତୁଷାର ପାତ ଓ ପଶ୍ଚିମା ଘୂର୍ଣ୍ଣିଝଡ଼ ଯୋଗୁ ରାଜଧାନୀରେ ପାରଦ ହ୍ରାସ ପାଇବ। ଘୂର୍ଣ୍ଣିବଳୟ ଯୋଗୁ ଡିସେମ୍ବର ୮ ଓ ୯ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ଏହା ତାପମାତ୍ରା ହ୍ରାସ କରିବାରେ ସହାୟକ ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।

ଏଥିସହିତ ଉତ୍ତର ଭାରତରେ ମଧ୍ୟ ଆସନ୍ତାକାଲି ଓ ୧୦ ତାରିଖରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ହରିୟାଣାରେ ମଧ୍ୟ ପ୍ରବଳ ଥଣ୍ଡା କବାଟ ବାଡେଇଲାଣି। କାରଣ ହିର୍ସାରେ ଆଜି ତାପମାତ୍ରା ୪.୭ ଡିଗ୍ରୀ ରେକର୍ଡ କରାଯାଇଛି। ଏହା ସବୁଠାରୁ ଥଣ୍ଡା ସହର ହେବାର ରେକର୍ଡ ମଧ୍ୟ କରିଛି।

Comments are closed.