ଦୁବାଇ: ଆଇପିଏଲରେ ଆଜି ରହିଛି ଏକ ହାଇଭୋଲଟେଜ ଲଢ଼େଇ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବାରୁ ଆଜିର ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଦିଲ୍ଲୀଠାରୁ ପୂର୍ବ ମ୍ୟାଚ ପରାଜୟର ବଦଲା ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରାଜସ୍ଥାନ । ଗତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ୪୬ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ।
ରାଜସ୍ଥାନ ଆଗରେ ବ୍ୟାଟିଂ ଚ୍ୟାଲେଞ୍ଜ

ରାଜସ୍ଥାନର ଟପ୍ ଅର୍ଡର ଟିକେ ଧିମେଇ ଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ସଞ୍ଜୁ ସାମସନ୍ ଓ କ୍ୟାପଟେନ୍ ସ୍ମିଥ ଭଲ ଖେଳିଥିଲେ । ପରବର୍ତ୍ତୀ ମ୍ୟାଚରେ ସେମାନଙ୍କ ଜଲଓ୍ୱା ଦେଖିବାକୁ ମିଳିନି । ବଟଲର ମୁମ୍ବାଇ ବିପକ୍ଷରେ ୭୦ ରନ୍ ପିଟିଥିଲେ । କିନ୍ତୁ ଗତ ଦୁଇଟି ମ୍ୟାଚରେ ବେଶୀ ଫାଇଦା ଉଠାଇ ନାହାନ୍ତି । ରାହୁଲ ତେଓ୍ୱାତିଆଙ୍କ ବ୍ୟାଟ ନଚାଲିଲେ ବଡ଼ ସ୍କୋର କରିବାରେ ଝୁଣ୍ଟିପାରେ ରାଜସ୍ଥାନ ।
ଜବରଦସ୍ତ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ

ଚଳିତ ଆଇପିଏଲ୍ ସିନିଜର ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏଁ ଜବରଦସ୍ତ ପ୍ରଦର୍ଶନ କରିଛି । ଗତ ମ୍ୟାଚରେ ମୁମ୍ୱାଇଠାରୁ ଦଳ ପରାସ୍ତ ହୋଇଥିଲା । ବିଗତ ମ୍ୟାଚର ତ୍ରୁଟିକୁ ସୁଧାରି ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ । ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍ । ପୃଥ୍ୱୀ ସ, ଶ୍ରେୟସ ଆୟାର ଜବରଦସ୍ତ ଫର୍ମ ଅଛନ୍ତି । ଫର୍ମକୁ ଫେରିଛନ୍ତି ଶିଖର ଧଓ୍ୱନ । କେଗିସୋ ରାବଡାଙ୍କ ଭଳି ବୋଲର ଅଛନ୍ତି । ରାବଡା ୧୭ଟି ଓ୍ୱିକେଟ ଅକ୍ତିଆର କଲେଣି ।
BREAKING NEWS
- BMC Election: ବିଏମସି ସମେତ ୨୯ଟି ନଗର ନିଗମ ପାଇଁ ଆଜି ମତଦାନ
- NCBର ବଡ଼ କାର୍ଯ୍ୟାନୁଷ୍ଠାନ; ୮୧୩କିଲୋ ଗଞ୍ଜେଇ ଜବତ, ତିନି ଗିରଫ
- ବିଜୟ ଉତ୍ସବରେ ଅଘଟଣ; ବାଣ ଫୁଟି କନଷ୍ଟେବଳ ଗୁରୁତର
- Gopalpur Beach Festival: ଗୋପାଳପୁର ବେଳାଭୂମି ମହୋତ୍ସବ ତାରିଖ ଘୁଞ୍ଚିଲା;୨୨ ନୁହେଁ …
- ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ
- ଆହୁରି ୩ ଦିନ କଲବଲ କରିବ ଶୀତ…
- Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…
- ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ
- ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ ଉନ୍ମୋଚିତ
- ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ
Comments are closed.