ଦୁବାଇ: ଆଇପିଏଲରେ ଆଜି ରହିଛି ଏକ ହାଇଭୋଲଟେଜ ଲଢ଼େଇ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବାରୁ ଆଜିର ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଦିଲ୍ଲୀଠାରୁ ପୂର୍ବ ମ୍ୟାଚ ପରାଜୟର ବଦଲା ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ରାଜସ୍ଥାନ । ଗତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ୪୬ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା ।
ରାଜସ୍ଥାନ ଆଗରେ ବ୍ୟାଟିଂ ଚ୍ୟାଲେଞ୍ଜ

ରାଜସ୍ଥାନର ଟପ୍ ଅର୍ଡର ଟିକେ ଧିମେଇ ଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ ସଞ୍ଜୁ ସାମସନ୍ ଓ କ୍ୟାପଟେନ୍ ସ୍ମିଥ ଭଲ ଖେଳିଥିଲେ । ପରବର୍ତ୍ତୀ ମ୍ୟାଚରେ ସେମାନଙ୍କ ଜଲଓ୍ୱା ଦେଖିବାକୁ ମିଳିନି । ବଟଲର ମୁମ୍ବାଇ ବିପକ୍ଷରେ ୭୦ ରନ୍ ପିଟିଥିଲେ । କିନ୍ତୁ ଗତ ଦୁଇଟି ମ୍ୟାଚରେ ବେଶୀ ଫାଇଦା ଉଠାଇ ନାହାନ୍ତି । ରାହୁଲ ତେଓ୍ୱାତିଆଙ୍କ ବ୍ୟାଟ ନଚାଲିଲେ ବଡ଼ ସ୍କୋର କରିବାରେ ଝୁଣ୍ଟିପାରେ ରାଜସ୍ଥାନ ।
ଜବରଦସ୍ତ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ

ଚଳିତ ଆଇପିଏଲ୍ ସିନିଜର ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏଁ ଜବରଦସ୍ତ ପ୍ରଦର୍ଶନ କରିଛି । ଗତ ମ୍ୟାଚରେ ମୁମ୍ୱାଇଠାରୁ ଦଳ ପରାସ୍ତ ହୋଇଥିଲା । ବିଗତ ମ୍ୟାଚର ତ୍ରୁଟିକୁ ସୁଧାରି ପଡ଼ିଆକୁ ଓହ୍ଲାଇବ ଦିଲ୍ଲୀ । ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ୍ । ପୃଥ୍ୱୀ ସ, ଶ୍ରେୟସ ଆୟାର ଜବରଦସ୍ତ ଫର୍ମ ଅଛନ୍ତି । ଫର୍ମକୁ ଫେରିଛନ୍ତି ଶିଖର ଧଓ୍ୱନ । କେଗିସୋ ରାବଡାଙ୍କ ଭଳି ବୋଲର ଅଛନ୍ତି । ରାବଡା ୧୭ଟି ଓ୍ୱିକେଟ ଅକ୍ତିଆର କଲେଣି ।
BREAKING NEWS
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
Comments are closed.