Latest Odisha News

BREAKING NEWS

କଟକ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ

କଟକ: ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଦୁଇ ଜଣ ଅଭିଯୁକ୍ତ ଗିରଫ । ୨୪ ଘଣ୍ଟା ଭିତରେ ସେମାନଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ । ଚାଉଳିଆଗଞ୍ଜ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

BjdElectrycity

୨୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କ ହାତରେ ହ୍ୟାଡକଫ୍ ପିନ୍ଧାଇଛି କଟକ ପୋଲିସ । ସେମାନଙ୍କ ବିରୋଧରେ IPC ଧାରା ଓ ପକସୋ ଆକ୍ଟରେ ରୁଜୁ ହୋଇଛି ମାମଲା । ଶୀଘ୍ର ତଦନ୍ତ ସାରି ଅଭିଯୋଗପତ୍ର ଦାଖଲ କରାଯିବ । ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

କଟକ ଡିସିପି ଓ ଇନ୍ସପେକ୍ଟର ତାପସ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ କମିଶନର । ଗତିରାଉତପାଟଣା ଅଞ୍ଚଳରେ ଏକ ଘରେ ୨୨ ଦିନ ରଖି ଦୁଇ ଅଭିଯୁକ୍ତ ତିର୍ତ୍ତୋଲ ଅଞ୍ଚଳର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏସମ୍ପର୍କରେ ଅଭିଯୋଗ ପରେ ତନାଘନା ତଦନ୍ତ ଆରମ୍ଭ କରିଥିଲା ଚାଉଳିଆଗଞ୍ଜ ଥାନା ପୋଲିସ । ଗତକାଲି ସାଇଣ୍ଟିଫିକ୍ ଟିମ୍‌ ଓ ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରିଥିଲେ ।

Leave A Reply

Your email address will not be published.