Latest Odisha News

ଆଇପିଏଲ ନିଲାମ: ଶତକ ପରେ ବୃଦ୍ଧି ପାଇଲା ପନ୍ତଙ୍କ ଚାହିଦା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣ ପାଇଁ ମେଗା ନିଲାମ ଆୟୋଜିତ ହେବ । ଫ୍ରାଂଚାଇଜରମାନେ ଏବେଠାରୁ ଗଣିତ କଷିବା ଆରମ୍ଭ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ରିଷଭ ପନ୍ତ ଚମତ୍କାର ଶତକ ହାସଲ କରି ଦୃଷ୍ଟି ଆକର୍ଷଣ କରିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ପନ୍ତଙ୍କୁ ରିଟେନ କରିବା ପାଇଁ ଚାହୁଁଛି । ଏହା ପୂର୍ବରୁ ସେ ଦଳ ଛାଡିବେ ବୋଲି ଖବର ପ୍ରକାଶ ପାଇଥିଲା । ଏକ ରିପୋଟ ର୍ ଅନୁସାରେ ପନ୍ତ ଓ ପାର୍ଥ ଜିନ୍ଦଲଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ । ପନ୍ତଙ୍କ ବର୍ତମାନ ସ୍ୟାଲେରୀ ୧୬ କୋଟି ରହିଛି ।

ଏଥିରେ ଆହୁରି ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ପନ୍ତ ୨୦୨୪ରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ପ୍ରତ୍ୟାବର୍ତନ କରିଥିଲେ । ସେ ୧୩ ମ୍ୟାଚରେ ୪୪୬ ରନ ସଂଗ୍ରହ କରିଛନ୍ତି । ଦିଲ୍ଲୀ ଟିମ ପନ୍ତଙ୍କ ବ୍ୟତୀତ ଅକ୍ଷର ପଟେଲ ଓ କୂଲଦୀପ ଯାଦବଙ୍କୁ ମଧ୍ୟ ରିଟେନ କରିବାକୁ ଚାହୁଁଛି । ଏବେ ସମସ୍ତଙ୍କ ନଜର ବିସିସିଆଇ କେତୋଟି ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦେଉଛି ତାହା ଉପରେ ରହିଛି ।

Leave A Reply

Your email address will not be published.