Latest Odisha News

କେଜ୍ରିୱାଲଙ୍କୁ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଆଶ୍ୱସ୍ତି । କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ରାଉଜ ଏଭେନ୍ୟୁ କୋର୍ଟ । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଜଡ଼ିତ ଅର୍ଥ ହେରଫେର ମାମଲାରେ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ୧ ଲକ୍ଷ ଟଙ୍କାର ଜମାନତ ରାଶି ଆଧାରରେ ତାଙ୍କୁ ଜାମିନ ମିଳିଛି ।

କାଲି ଡ୍ୟୁଟିରେ ଥିବା ବିଚାରପତିଙ୍କ ଆଗରେ ଦଲିଲ ଉପସ୍ଥାପନ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି । ଏକ ଲକ୍ଷ ଟଙ୍କାର ବଣ୍ଡ ରାଶି ଆଧାରରେ ଆସନ୍ତାକାଲି କେଜ୍ରିୱାଲ ତିହାର ଜେଲରୁ ବାହାରି ପାରିବେ ବୋଲି ରାଉଜ ଏଭେନ୍ୟୁ କୋର୍ଟ କହିଛନ୍ତି । ସେପଟେ କିନ୍ତୁ ଜାମିନର ବିରୋଧ ପାଇଁ ୪୮ ସମୟ ମାଗିଛି ଇଡି ।

ସୂଚନା ଅନୁସାରେ, ଗତ ୨୧ ମାର୍ଚ୍ଚ ୨୦୨୪ରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଥିଲା। ଏହା ପରେ, ମେ ୧୦ ରେ ତାଙ୍କୁ ଲୋକସଭା ନିର୍ବାଚନ ​​ପ୍ରଚାର କରିବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା। ଗିରଫ ହେବାର ୯୧ ଦିନ ପରେ, ରାଉଜ୍ ଏଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.