ନୂଆଦିଲ୍ଲୀ: କୋଚିଂ ସେଣ୍ଟରରେ ପାଣି ପଶି ହୋଇଥିବା ମୃତ୍ୟୁ ମାମଲାରେ ଦିଲ୍ଲୀ ସିଭିକ୍ ବଡି ମୁଖ୍ୟଙ୍କୁ ସମନ୍ ଜାରି କରିଛନ୍ତି ହାଇକୋର୍ଟ।
ଦିଲ୍ଲୀ କୋଚିଂ ସେଣ୍ଟରେ ହୋଇଥିବା ମୃତ୍ୟୁ ମାମଲାରେ ଆଜି ଶୁଣାଣୀ ହୋଇଥିଲା। ଏହି ସମୟରେ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ଅଧିକାରୀଙ୍କୁ ଭର୍ତ୍ସନା କରିଥିଲେ। ଏହା ସହିତ କୋର୍ଟ ମଧ୍ୟ ପୋଲିସ ଉପରେ ପ୍ରଶ୍ନ ଉଠାଇଥିଲେ। ଏମ୍ସିଡି ଅଧିକାରୀଙ୍କ ବିରୋଧରେ କୌଣସି ଯାଞ୍ଚ ହେଲାଣି କି? କାହାର ଚାକିରି ଗଲାଣି କି? କେବଳ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ କିଭଳି ଯାଞ୍ଚ କରାଯାଉଛି। ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୋଚିଂ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରାଯାଇଛି।
ଏହା ସହିତ କୋର୍ଟ ଆଗାମୀ ଶୁଣାଣିରେ ଏମସିଡି କମିଶନରଙ୍କୁ ହାଜର ହେବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ଦିନ ହେବ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀର Rau IAS କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶିଯିବା ଯୋଗୁ ୩ ଜଣ ଛାତ୍ରଛାତ୍ରୀଙ୍କ ଜୀବନ ଯାଇଥିଲା।
Comments are closed.