Latest Odisha News

ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ; ନିଶ୍ଚିତ ଜିତିବା ନେଇ ଆଶାବାଦୀ ଆପ୍

ନୂଆଦିଲ୍ଲୀ: ନୂତନ ଆର୍ଥିକ ବର୍ଷ ପାଇଁ ଆଜି(ଏପ୍ରିଲ ୨୬) ଦିଲ୍ଲୀ ମେୟର ଓ ଡେପୁଟି ମେୟର ନିର୍ବାଚନ ହେବ। ମେୟର ପଦ ପାଇଁ ବର୍ତ୍ତମାନର ମେୟର ଥିବା ଆପ୍‌ ପ୍ରାର୍ଥୀ ଶେଲି ଓବରଏ ଓ ବିଜେପିର ଶିଖା ରୟଙ୍କ ମଧ୍ୟରେ ଟକ୍କର ହେବ। ସେହିପରି ଡେପୁଟି ମେୟର ପଦ ପାଇଁ ବର୍ତ୍ତମାନର ଏହି ପଦରେ ଆପର ଆଲେ ମହମ୍ମଦ ଇକବାଲ ଓ ବିଜେପିର ସୋନୀ ପାଣ୍ଡେଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ।

ଦିଲ୍ଲୀ ମ୍ୟୁନିସିପାଲଟି କରପୋରେସନ ହାଉସ୍‌ରେ ଆପ୍‌ ସଦସ୍ୟଙ୍କ ସଂଖ୍ୟା ଅଧିକ ଥିବାରୁ ଗତ ଥର ଭଳି ଏଥର ବି ନିର୍ବାଚନ ଜିତିବା ନେଇ ଦଳ ଦୃଢ଼ ମନବଳ ରହିଛି। ଏହି ନିର୍ବାଚନରେ ବରିଷ୍ଠ ଆପ୍ କାଉନସିଲର ମୁକେଶ ଗୋୟଲ ପ୍ରିଜାଇଡିଂ ଅଫିସର ଭାବେ ଦାୟିତ୍ୱ ନର୍ବାହ କରିବେ।

ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରୀ ୨୨ ତାରିଖରେ ଆପର ଶେଲି ଓବରୟ ଦିଲ୍ଲୀ ମେୟର ଭାବେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପାଇଁ ବିଜେପି-ଆପ୍ କାଉନସିଲରଙ୍କ ମଧ୍ୟରେ ମାର୍‌ପିଟ୍‌ ହେବାରୁ ୩ ଥର ନିର୍ବାଚନ ବିଫଳ ହୋଇଥିଲା। ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ନିର୍ବାଚନ ହୋଇଥିଲା। ଏଥିରେ ଆପ୍‌ର ଶେଲୀ ଓବରୟ ବିଜେପିର ଶିକ୍ଷା ରାୟଙ୍କୁ ୩୪ ଭୋଟ୍‌ରେ ହରାଇ ଦେଇଥିଲେ। ମୋଟ ୨୬୬ ଭୋଟ୍ ମଧ୍ୟରୁ ଶେଲୀଙ୍କୁ ୧୫୦ ଭୋଟ୍ ମିଳିଥିବା ବେଳେ ଶିଖାଙ୍କୁ ମିଳିଥିଲା ୧୧୬ ଭୋଟ୍।

Comments are closed.