Latest Odisha News

BREAKING NEWS

ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌କୁ ବୋମାମାଡ଼ ଧମକ; ନିଜ ପିଲାଙ୍କୁ ଧରି ସ୍କୁଲ୍‌ରୁ ପଳାଇଲେ ଅଭିଭାବକ

ନୂଆଦିଲ୍ଲୀ: ମଥୁରା ରୋଡ୍ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍‌କୁ ବୋମାମାଡ଼ ଧମକ ମିଳିଛି। ବୁଧବାର ସକାଳେ ସ୍କୁଲ୍‌ ପରିସରରେ ବୋମା ଖଞ୍ଜା ଯାଇଥିବା ଇ-ମେଲ୍ ଜରିଆରେ ଧମକ ଦିଆଯାଇଛି। ବୋମାମାଡ଼ ଧମକ ମିଳିବା ପରେ ସ୍କୁଲ୍ ପରିସରରେ ଭୟର ବାତାବରଣ ଖେଳିଯାଇଛି।

ବୋମାମାଡ଼ ଧମକ ମିଳିବା ପରେ ଅଭିଭାବକମାନେ ତୁରନ୍ତ ସ୍କୁଲ୍‌ରେ ପହଞ୍ଚିଥିଲେ। ନିଜ ନିଜର ପିଲାଙ୍କୁ ଧରି ସେଠାରୁ ଚାଲିଯାଇଥିଲେ।

ଖବର ପାଇ ସ୍କୁଲ୍‌ରେ ପୋଲିସ ଓ ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛନ୍ତି। ବୋମାମାଡ଼ ଧମକ କିଏ ଦେଲା ଓ କାହିଁକି ଦେଲା ? ଏଥିରେ ଆତଙ୍କବାଦୀଙ୍କ ଭୂମିକା ରହିଛି ନା ରାଜନୈତିକ ଅଭିସନ୍ଧି, ତାକୁ ନେଇ ପ୍ରଶ୍ନ  ଉଠିଛି। ତେବେ ଭର୍ତ୍ତମାନ ଘଟଣାର ତଦନ୍ତ କରାଯାଉଥିବା ବେଳେ ଏନେଇ ବିଶେଷ କିଛି ଖବର ମିଳିପାରି ନାହିଁ।

ଏହା ପୂର୍ବରୁ ଏପ୍ରିଲ ୧୨ ତାରିଖରେ ଦିଲ୍ଲୀ ସାଦିକ୍ ନଗର ସ୍କୁଲ୍‌ରେ ବୋମାମାଡ଼ ଧମକ ମିଳିଥିଲା। ଏଠି ବି ଇ-ମେଲ୍ ଜରିଆରେ ଧମକ ଦିଆଯାଇଥିଲା। ଏହାପରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Leave A Reply

Your email address will not be published.