Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଶତକ ମାରିଲେ ରବୀନ୍ଦ୍ର ଜାଡେଜା

ମୋହାଲି: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଶତକ ମାରିଲେ ରବୀନ୍ଦ୍ର ଜାଡେଜା । ୧୬୦ ବଲରୁ ସେ ସେଞ୍ଚୁରୀ ମାରିଛନ୍ତି । ଏହା ତାଙ୍କର ଟେଷ୍ଟ କ୍ୟାରିୟରରେ ଦ୍ୱିତୀୟ ଶତକ । ଭାରତ ୫ ୱିକେଟରେ ୨୨୮ ରନ୍ କରିଥିବା ବେଳେ ମୈଦାନକୁ ଓହ୍ଲାଇଥିଲେ ରବୀନ୍ଦ୍ର ଜାଡେଜା । ଆର୍. ଅଶ୍ୱିନଙ୍କ ସହ ମିଶି ଦଳୀୟ ସ୍କୋରରୃକୁ ଆଗକୁ ବଢ଼ାଇଥିଲେ । ଆଜି ଶତକ ମାରିଛନ୍ତି ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଜାଡେଜାଙ୍କୁ ସାଥ୍ ଦେଇଛନ୍ତି ଆର୍. ଅଶ୍ୱିନ । ଏହି ଅଲରାଉଣ୍ଡର ଯୋଡ଼ି ପୁଣି ଥରେ ଟେଷ୍ଟରେ କମାଲ କରିଛନ୍ତି । ଅଶ୍ୱିନ ଅର୍ଦ୍ଧଶତକ ମାରିଛନ୍ତି । ଏହା ତାଙ୍କ କ୍ୟାରିୟର ୧୨ତମ ଟେଷ୍ଟ ଅର୍ଦ୍ଧଶତକ । ଦୁହେଁ ଶତକୀୟ ପାର୍ଟନରସିପ୍ କରିଛନ୍ତି । ଜାଡେଜା ଓ ଅଶ୍ୱିନଙ୍କ ଦୃଢ଼ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଡ୍ରାଇଭର ସିଟରେ ବସିଛି ।

Comments are closed, but trackbacks and pingbacks are open.