Latest Odisha News

ଭୁବନେଶ୍ୱର ଆସୁଛନ୍ତି ଅରବିନ୍ଦ କେଜ୍ରିୱାଲ୍, ୩୧ରେ ଯୋଗଦେବେ ଜନସଭାରେ

ଭୁବନେଶ୍ୱର: ଆମ୍ ଆଦମି ପାର୍ଟି (ଆପ୍ )ର ସଭାପତି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜାନୁଆରୀ ୩୧ ତାରିଖ ଦିନ ଭୁବନେଶ୍ୱରରେ ପହଞ୍ଚୁଛନ୍ତି ।

ଗଣମଧ୍ୟମକୁ ରବିବାର ଦିନ ସୂଚନା ଦେଇ ରାଜ୍ୟ ଆପ୍ ର ଆବାହକ ନିଶିକାନ୍ତ ମହାପାତ୍ର କହିଛନ୍ତି, କେଜ୍ରିୱାଲ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦିନ ପ୍ରାୟ ୧ଟା ସମୟରେ ପହଞ୍ଚିବେ । ଅପରାହ୍ନରେ ‘ସାମାଜିକ ନ୍ୟାୟ ଅଭିଯାନ’ ପକ୍ଷରୁ ଲୋୟର୍ ପିଏମଜିଠାରେ ଆୟୋଜିତ ହେଉଥିବା ଏକ ସଭା ଜନସାଧାରଣଙ୍କୁ ଅରବିନ୍ଦ ସମ୍ବୋଧିତ କରିବେ ।

ସେହିଦିନ ସନ୍ଧ୍ୟା ସମୟରେ ସେ ରାଜଧାନୀର ବୁଦ୍ଧିଜୀବୀଙ୍କ ସହ ବୈଠକ କରିବା ସହିତ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଏକ ବୈଠକରେ ଆଲୋଚନା କରିବେ ।

Leave A Reply

Your email address will not be published.