ବିଜେପିର ଗୁଣ୍ଡା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ଅଭିଯୋଗ ଆଣିଲା ଆପ୍
କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ
ଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଘର ଉପରକୁ ଆକ୍ରମଣ । ଏନେଇ ଡେପୁଟି ସିଏମ୍ ମନୀଷ ସିସୋଦିଆ ଟ୍ୱିଟ କରି କହିଛନ୍ତି ବିଜେପିର ଗୁଣ୍ଡା ମାନେ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି । କିଛି ଅସାମାଜିକ ବ୍ୟକ୍ତି କେଜ୍ରିୱାଲ ବାସ ଭବନରେ ଭଙ୍ଗା ରୁଜା କରିଛନ୍ତିା
କେଜ୍ରିୱାଲଙ୍କ ସିସିଟିଭି କ୍ୟାମେରା ମଧ୍ୟ ବିଜେପିର ଗୁଣ୍ଡାମାନେ ଭାଙ୍ଗିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ସେପଟେ ଆମ ଆଦମୀ ପାର୍ଟି ମଧ୍ୟ କହିଛି ଯେ ଦିଲ୍ଲୀ ପୋଲିସର ଉପସ୍ଥିତିରେ କିପରି ସିସିଟିଭି କ୍ୟାମେରା ଓ ଗେଟକୁ ଭଙ୍ଗା ରୁଜା କରାଯାଇଛି ।ଏହାସହ କେଜ୍ରିୱାଲଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆମ ଆଦମୀ ପାର୍ଟ କହିଛି ।
Punjab में AAP की जीत से बौखलाई BJP
Delhi Police के साथ मिलकर किया CM @ArvindKejriwal पर जानलेवा हमला
BJP इतनी बौखला गई है कि केजरीवाल जी की हत्या की साज़िश रच रही है
BJP को डर है कि केवल केजरीवाल ही PM Modi को टक्कर दे सकते हैं इसलिए उन्हें जान से मारना चाहती है#BJPKeGunde pic.twitter.com/xs28gozeS2
— AAP (@AamAadmiParty) March 30, 2022
ଦ କାଶ୍ମୀର ଫାଇଲ୍ସକୁ ନେଇ ବିଧାନସଭାରେ କେଜ୍ରିୱାଲଙ୍କ ବିବୃତ୍ତିକୁ ନେଇ କେଜ୍ରିୱାଲଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ କାରୀ ବ୍ୟାରିକେଟ ଭାଙ୍ଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଭିତରକୁ ପଶି ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗେଟରେ ରଙ୍ଗ ବୋଳିବା ସହ ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ପୋଲିସ ୭୦ ଜଣଙ୍କୁ ଗିରଫ କରିଥିଲା ।
Comments are closed.