Latest Odisha News

BREAKING NEWS

ସଚିନଙ୍କ ରେକର୍ଡ ଭାଙ୍ଗିଲେ କମ୍ପ୍ୟୁଟର ଅପେରେଟର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଦିଲ୍ଲୀର ଜଣେ କମ୍ପ୍ୟୁଟର ଅପେରେଟର ଭାଙ୍ଗି ଦେଇଛନ୍ତି । ବିଶ୍ୱାସ ନ ହେଲେ ଏହା ସତ । ଅବଶ୍ୟ ୪୩ ବର୍ଷୀୟ ବିନୋଦ ଚୌଧୁରୀ କ୍ରିକେଟ ପଡିଆରେ ସଚିନଙ୍କ ରେକର୍ଡ ଭାଙ୍ଗି ନାହାନ୍ତି । ସଚିନଙ୍କ ନାମରେ ଓଭରାଲ ୧୯ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ ରହିଛି । ବିନୋଦ ୨୦ଟି ରେକର୍ଡ କରି ତାଙ୍କୁ ଅତିକ୍ରମ କରିଛନ୍ତି । ଟାଇପିଂ କ୍ଷେତ୍ରରେ ସେ ଏହି ସବୁ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଏହା ପୂର୍ବରୁ ଜେଏନୟୁରେ ଚାକିରୀ କରୁଥିଲେ ।

ବିନୋଦ ଆଖିରେ ପଟି ବାନ୍ଧି, ମୁହଁରେ ବାଡି ରଖି ଏବଂ ନାକରେ ଦ୍ରୁତ ଟାଇପିଂ କରି ରେକର୍ଡ ସୃଷ୍ଟି କରିଛନ୍ତି । ଅପରପକ୍ଷରେ ସଚିନ ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକc ଶତକ, ସର୍ବାଧିକ ମ୍ୟାଚ, ସର୍ବାଧିକ ରନ ପରି ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସଚିନଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, ଜଣେ ଭାରତୀୟ ମୋ ରେକର୍ଡ ଭାଙ୍ଗିଥିବାରୁ ନିଶ୍ଚିତ ଭାବେ ଗର୍ବର ବିଷୟ ।

Comments are closed.