ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଯାଂଚ ପ୍ରକ୍ରିୟା ତ୍ୱରାନ୍ୱିତ କରିଛି । ରେସଲରମାନ ତାଙ୍କ ବିରୋଧରେ ଦୁଷ୍ମର୍ମ ପରି ସାଂଘାତିକ ଅଭିଯୋଗ ଆଣିଥିଲେ । ତାଙ୍କୁ ଗିରଫ କରିବା ପାଇଁ ସେମାନେ ଯନ୍ତରମନ୍ତରରେ ଧାରଣ ଦେଇଥିଲେ । ଏବେ ଦିଲ୍ଲୀ ପୋଲିସ ନୋଟିସ ମାଧ୍ୟମରେ ୫ଟି ଦେଶର ରେସଲିଂ ଆସୋସିଏଶନକୁ ସିସିଟିଭି ଫୁଟେଜ ମଗାଇଛି । ଏହା ମାଧ୍ୟମରେ ରେସଲରମାନେ କରିଥିବା ଅଭିଯୋଗର ତଦନ୍ତ କରିବାରେ ସହାୟ ହେବ । ଇଣ୍ଡୋନେସିଆ, ବୁଲଗେରିଆ, କିର୍ଗିଜସ୍ତାନ, ମଙ୍ଗୋଲିଆ ଏବଂ କାଜକସ୍ତାନରେ ଅନୁଷ୍ଠିତ ପ୍ରତିଯୋଗିତା ଅବସରରେ ବ୍ରିଜଭୂଷଣ ସେମାନଙ୍କୁ ହଇରାଣ କରିଥିଲେ ବୋଲି ରେସଲରମାନେ ଅଭିଯୋଗ କରିଛନ୍ତି ।
ସୋମବାର ଜୁଲାଇ ୪ରେ ଭାରତୀୟ କୁସ୍ତି ସଂଘର ନିର୍ବାଚନ ହେବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟ ଅର୍ଥରେ ଯଦି ବ୍ରଜିଭୂଷଣଙ୍କ ବିରୋଧରେ ପୋଲିସକୁ ବଳିଷ୍ଠ ପ୍ରମାଣ ମିଳେ ତାହା ସେ ନିଶ୍ଚିତ ଭାବେ ଫସିବେ ।
Comments are closed.