Latest Odisha News

BREAKING NEWS

ବଢିଲା ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ

ନୂଆଦିଲ୍ଲୀ: ବଢିଲା ବିଜେପି ସାଂସଦ ତଥା କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଅଡୁଆ। ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ବ୍ରିଜଭୂଷଣଙ୍କ ବିରୋଧରେ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଚାର୍ଜଫ୍ରେମ କରିଛନ୍ତି।

କୋର୍ଟ କହିଛନ୍ତି ଯେ ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ଅଛି। ବ୍ରିଜ ଭୂଷଣଙ୍କ ବିରୋଧରେ ଧାରା ୩୫୪, ୩୫୪-ଏ ଏବଂ ଧାରା ୫୦୬ ଅନୁଯାୟୀ ଚାର୍ଜସିଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବ୍ରିଜଭୂଷଣଙ୍କ ବିରୋଧରେ ଥିବା ୬ଟି ମାମଲାକୁ ତଥ୍ୟ ଅଭାବରୁ ଖାରଜ କରି ଦେଇଛନ୍ତି । ଅଦାଲତ ଏହା ମଧ୍ୟ କହିଛନ୍ତି ଯେ ଧାରା ୫୦୬(୧) ଅନୁଯାୟୀ ବିନୋଦ ତୋମାରଙ୍କ ବିରୋଧରେ ମାମଲା ରୁଜୁ କରିବାର ପ୍ରମାଣ ଅଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ମେ’ ୨୧ରେ ହେବ ।

ସୂଚନା ଅନୁସାରେ, ବିଜେପି ସାଂସଦ ତଥା ପୂର୍ବତନ କୁସ୍ତି ମହାସଂଘର (ଡବ୍ଲୁଏଫଆଇ) ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂହ ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡ଼ନ ମାମଲାରେ ସମ୍ପୃକ୍ତ ହେବା ପରେ ଅଡୁଆ ବଢ଼ିଥିଲା। ତାଙ୍କ ବିରୋଧରେ ୬ ଜଣ ମହିଳା ରେସଲର ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ।

 

Leave A Reply

Your email address will not be published.