Latest Odisha News

BREAKING NEWS

ପୁଣି ଥରେ ଲାଗିଲା ସିସୋଦିଆଙ୍କୁ ଝଟକା, ଏଥର ବି ମିଳିଲାନି ଜାମିନ

ନୂଆଦିଲ୍ଲୀ: ପୁଣି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ମନୀଷ ସିସୋଦିଆଙ୍କୁ ଲାଗିଲା ବଡ ଝଟ୍‌କା । ଏଥର ବି ଜାମିନ ଆବେଦନକୁ ଖାରଜ କଲେ କୋର୍ଟ । ରାଉଜ ଆଭେନ୍ୟୁ କୋର୍ଟ ଆଜି ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି । ଏହାକୁ ମିଶାଇ ଦ୍ୱିତୀୟ ଥର ପାଇଁ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

ସୂଚନା ଅନୁସାରେ, ପୂର୍ବରୁ ନିମ୍ନ ଅଦାଲତ, ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ। ଏବେ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ତାଙ୍କୁ ଜାମିନ ମଞ୍ଜୁର କରି ନାହାନ୍ତି । ତେବେ କୋର୍ଟଙ୍କ ଏହି ରାୟକୁ ନେଇ ଏବେ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ଇଡି । ଏହାପରେ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଅଛନ୍ତି । ତେବେ ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଗିରଫ କରିଛି ଇଡି ।

Leave A Reply

Your email address will not be published.