Latest Odisha News

BREAKING NEWS

ଜ୍ୟାକଲିନଙ୍କୁ ମିଳିଲା ଜାମିନ

ମୁମ୍ବାଇ: ୨୦୦ କୋଟି ମନି ଲଣ୍ଡ୍ରିଂ କେସରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସୋମବାର କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପଟିୟାଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ୨ ଲକ୍ଷ ଟଙ୍କା ପର୍ସନାଲ ବଣ୍ଡ ଓ ସ୍ୟୁରେଟି ବଣ୍ଡ ଉପରେ ଜାମିନ ଦେଇଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ ଜ୍ୟାକଲିନ ଏଥର ବିଦେଶ ଯାଇପାରିବେ । ୨୪ ନଭେମ୍ବରରେ ତାଙ୍କୁ ପୁନର୍ବାର କୋର୍ଟରେ ହାଜର ହେବାକୁ ପଡିବ । ୧୧ ନଭେମ୍ବରରେ ଜାମିନ ନେଇ ଇଡି କୋର୍ଟଙ୍କ ନିକଟରେ ବିରୋଧ କରିଥିଲା । ଆମ ନିକଟରେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି । ବାରମ୍ବାର ଜାମିନ ପ୍ରଦାନ କଲେ ଜ୍ୟାକଲିନ ପ୍ରମାଣ ନଷ୍ଟ କରିବାକୁ ଚାହିଁବେ । ଏହା ବ୍ୟତୀତ ସେ ଲୁଚି କରି ବିଦେଶ ପଳାଇ ଯାଇପାରନ୍ତି ।

BjdElectrycity

ଅପରପକ୍ଷରେ ଜ୍ୟାକଲିନ ଅଭିଯୋଗ କରିଥିଲେ ଯେ, ଇଡି ତାଙ୍କୁ ବାରମ୍ବାର ହଇରାଣ କରୁଛି । ଯାଂଚ ଏଜେନ୍ସିକୁ ସମସ୍ତ ପ୍ରକାର ସହଯୋଗ କରିବା ସତ୍ୱେ ସେମାନଙ୍କ ବ୍ୟବହାର ଉଚିତ ରହୁ ନାହିଁ । କୋର୍ଟ ଇଡିକୁ ପଚାରିଥିଲେ ଯଦି ତୁମ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ତାହା ହେଲେ ତାଙ୍କୁ କାହିଁକି ଗିରଫ କରୁନ?

Leave A Reply

Your email address will not be published.